Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ
ଆଜିର ଖବର

ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

January 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ
ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ
ଭୁବନେଶ୍ଵର: ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ ସହରାଞ୍ଚଳ ପୋଲିସ, ଟ୍ରାଫିକ ପ୍ରଶିକ୍ଷଣ କେନ୍ଦ୍ର (UPTTI) ପରିସରରେ ବିଜୁପଟ୍ଟନାୟକ ରାଜ୍ୟ ପୋଲିସ ଏକାଡ଼େମୀ ଏବଂ ରାଜ୍ୟ ଫରେନସିକ ବିଜ୍ଞାନ ପରୀକ୍ଷାଗାର (SFSL) ମିଳିତ ଆନୁକୁଲ୍ୟରେ ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏହି ଅବସରରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ଡିଜିପି ଆଲୋକପାତ କରିଥିଲେ। ତଦନ୍ତ ସମୟରେ ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳର ଉପଯୋଗ, ଅଡିଓ/ଭିଡିଓ ରେକର୍ଡିଂ  ଭଳି ପଦକ୍ଷେପ ଗ୍ରହଣ କରି ଦଣ୍ଡ ବିଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସମ୍ପର୍କରେ ଆଇନରେ ଉଲ୍ଲେଖ ରହିଛି। ସେହି ଅନୁଯାୟୀ ,ପ୍ରତି  ଥାନାରେ ଦୁଇ ଜଣ ଲେଖାଏଁ  ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀ ନିଯୁକ୍ତ କରିବାକୁ  ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା କନଷ୍ଟେବଳ ଓ ହୋମଗାର୍ଡଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇ ନୂତନ ଭାରତୀୟ ଅପରାଧ ଆଇନ, ବୈଜ୍ଞାନିକ  ଜ୍ଞାନକୌଶଳ, ଅପରାଧ ସ୍ଥଳରେ ସେମାନଙ୍କ ଭୂମିକା  ସମ୍ପର୍କିତ  ୬ ସପ୍ତାହ ତାଲିମ ପ୍ରଦାନ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି।
ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଜିଲ୍ଲାରୁ 74 ଜଣ ପ୍ରଶିକ୍ଷାର୍ଥୀ  ଅଂଶଗ୍ରହଣ କରିଛନ୍ତି। ସେଥିମଧ୍ୟରୁ 60 ଜଣ କନେଷ୍ଟବଳ ଏବଂ 14 ଜଣ ହୋମଗାର୍ଡ ପ୍ରଶିକ୍ଷଣ ନେଉଛନ୍ତି। ଅଭିଜ୍ଞ ଫୋରେନସିକ ବିଶେଷଜ୍ଞ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରାୟୋଗିକ ଓ ବୈଷୟିକ ଜ୍ଞାନ ପ୍ରଦାନ କରିବା ସହ ଅପରାଧ ସ୍ଥାନକୁ ସୁରକ୍ଷିତ ରଖିବା, ତନ୍ନତନ୍ନ କରି ପରୀକ୍ଷା ନିରୀକ୍ଷା କରି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରମାଣ ସଂଗ୍ରହ ସମ୍ପର୍କରେ ତାଲିମ ପ୍ରଦାନ କରିବେ।
ଆଗାମୀ ଦିନରେ ଦୋଷୀକୁ ଦଣ୍ଡବିଧାନ କରାଇବାରେ ଏହି ଅଧିକାରୀମାନେ ଅଗ୍ରଣୀ ଭୂମିକା ତୁଲାଇବେ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ। ଏହି ପ୍ରଶିକ୍ଷଣ ଦ୍ଵାରା  ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀମାନେ ଫୋରେନସିକ ଜ୍ଞାନ କୌଶଳ, ଡିଜିଟାଲ ପ୍ରମାଣ ସଂଗ୍ରହ ଆଦି କ୍ଷେତ୍ରରେ ଅଧିକ ଦକ୍ଷ ଓ ତତ୍ପର ହେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଆଜିର ଉଦଘାଟନୀ ସମାରୋହରେ ନିର୍ଦେଶକ (ଏସଏଫଏସଏଲ) ଡଃ ସନ୍ତୋଷ ଵାଲା, ଆଇ.ଜି.ପି (ଟ୍ରେନିଂ) (ବିପିଏସପିଏ) ଅନୁପ ସାହୁ ଓ ସହରାଞ୍ଚଳ ଟ୍ରାଫିକ ପ୍ରଶିକ୍ଷଣ ସଂସ୍ଥାନ ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
SFSL UPTTI ଟ୍ରାଫିକ ପ୍ରଶିକ୍ଷଣ କେନ୍ଦ୍ର ଯୋଗେଶ ବାହାଦୁର ଖୁରାନିଆ ସହରାଞ୍ଚଳ ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.