Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ଅଟଳ ବନ’ର ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି
ଆଜିର ଖବର

ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ଅଟଳ ବନ’ର ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି

January 8, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Former Vice President M. Venkaiah Naidu inaugurates the newly developed 'Atal Van' at Lok Bhavan
Former Vice President M. Venkaiah Naidu inaugurates the newly developed 'Atal Van' at Lok Bhavan

ଭୁବନେଶ୍ୱର: ଭାରତର ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ବୁଧବାର ଦିନ ଲୋକଭବନ ଭୁବନେଶ୍ୱର ପରିସରରେ ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ଅଟଳ ବନ’ର ଉଦଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ମହନୀୟ ଅବଦାନକୁ ସମ୍ମାନ ଜଣାଇ ଏହି ପାର୍କକୁ ତାଙ୍କ ନାମରେ ନାମିତ କରାଯାଇଛି। ଓଡିଶାର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି, ରାଜ୍ୟର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି, ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ।

ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ ଦେଇ ବିକଶିତ ଏହି ଅଟଳ ବନର ବିକାଶ ପ୍ରକ୍ରିୟା ସମୟରେ ଖନନ କରାଯାଇଥିବା ପଥର ବ୍ୟବହାର କରି ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି। ଏହି ଅଟଳ ବନରେ ସବୁଜିମା, ଜଳାଶୟ ଏବଂ ଝରଣା ସଂରଚନା କରାଯାଇଛି। ଏହି ପାର୍କର ଏକ ପ୍ରମୁଖ ଆକର୍ଷଣ ହେଉଛି ଏକ T-୫୫ ଯୁଦ୍ଧ ଟ୍ୟାଙ୍କ ଯାହା ଏକଦା ଭାରତୀୟ ସେନାକୁ ଶକ୍ତିଶାଳୀ କରିଥିଲା ଏବଂ ୧୯୭୧ ଯୁଦ୍ଧ ତଥା ବିଭିନ୍ନ ଅପରେସନ ସମୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି ରାଫେଲ ବହୁମୁଖୀ ଲଢ଼ୁଆ ଯୁଦ୍ଧ ବିମାନର ଏକ ପ୍ରୋଟୋଟାଇପ୍, ଯାହା ବର୍ତ୍ତମାନ ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ହେଉଛି। ଭାରତ ସରକାରଙ୍କ ‘ୱେଷ୍ଟ ଟୁ ୱେଲଥ’ ମିଶନ ଅଧୀନରେ ଅଟୋମୋବାଇଲ୍ ସ୍କ୍ରାପ୍ ଏବଂ ଜିଆଇ ସିଟ୍ ରୁ ନିର୍ମିତ ଏହି ମଡେଲ୍ ୧୫ ଫୁଟ ଲମ୍ବା, ୪ ଫୁଟ ୬ ଇଞ୍ଚ ଉଚ୍ଚତା ଏବଂ ୯ ଫୁଟ ୧୧ ଇଞ୍ଚ ଡେଣା ବିଶିଷ୍ଟ। ଲୋକଭବନର ଅନୁରୋଧ କ୍ରମେ ଭୁବନେଶ୍ୱରର ସରକାରୀ ପଲିଟେକ୍ନିକ୍ ଟିମ ଦ୍ୱାରା ଏହି ପ୍ରୋଟୋଟାଇପ୍ ଡିଜାଇନ୍ ଏବଂ ନିର୍ମାଣ କରାଯାଇଥିଲା।

ଅଟଳ ବନ ଉଦଘାଟନ କରିବା ଅବସରରେ ଖୁସି ପ୍ରକାଶ କରି ପୂର୍ବତନ ଉପରାଷ୍ଟ୍ରପତି ତଥା ଅଟଳ ସ୍ମୃତି ନ୍ୟାସ ସୋସାଇଟିର ଅଧ୍ୟକ୍ଷ ଶ୍ରୀ ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହିତ ତାଙ୍କର ଦୀର୍ଘ ସମ୍ପର୍କକୁ ସ୍ମରଣ କରି କହିଥିଲେ ଯେ ସେ ପ୍ରଥମେ ତାଙ୍କ ଛାତ୍ର ଜୀବନରେ ପ୍ରଥମେ ବାଜପେୟୀଙ୍କୁ ଭେଟିଥିଲେ ଏବଂ ପରେ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ସୌଭାଗ୍ୟ ପାଇଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଭଳି ପଦକ୍ଷେପଗୁଡ଼ିକୁ ମନେ ପକାଇ ଶ୍ରୀ ନାଇଡୁ କହିଥିଲେ ଯେ ଏହି କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମୀଣ ସଂଯୋଗୀକରଣକୁ ପରିବର୍ତ୍ତନ କରିଥିଲା ଏବଂ ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିଥିଲା। ଅଟଳ ବନରେ T -୫୫ ଟ୍ୟାଙ୍କ ଏବଂ ରାଫେଲ ଯୁଦ୍ଧ ବିମାନର ପ୍ରତିକୃତି ଭଳି ପ୍ରତିରକ୍ଷା ପ୍ରଦର୍ଶନ ବିଷୟରେ ଉଲ୍ଲେଖ କରି ଶ୍ରୀ ନାଇଡୁ କହିଥିଲେ ଯେ ସାମରିକ ଶକ୍ତି ପ୍ରଦର୍ଶନ ଭାରତର ଶାନ୍ତି ପ୍ରତି ପ୍ରତିବଦ୍ଧତାର ପ୍ରତୀକ, ଯାହା ପ୍ରଗତି ଏବଂ ବିକାଶର ମୂଳଦୁଆ ହୋଇ ରହିଛି।

ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଏହି ଅବସରରେ କହିଥିଲେ ଯେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ଭାରତର ବିକାଶରେ ଏକ ପରିବର୍ତ୍ତନକାରୀ ପର୍ଯ୍ୟାୟ ଥିଲା ବିଶେଷକରି ଭିତ୍ତିଭୂମି, ସଂଯୋଗୀକରଣ ଏବଂ ସୁଶାସନ କ୍ଷେତ୍ରରେ ପରିବର୍ତ୍ତନ ଉଲ୍ଲେଖନୀୟ ଥିଲା। ସ୍ୱର୍ଣ୍ଣ ଚତୁର୍ଭୁଜ, ସର୍ବଶିକ୍ଷା ଅଭିଯାନ ଏବଂ ପୋଖରାନ ପରମାଣୁ ପରୀକ୍ଷଣ ଭଳି ପଦକ୍ଷେପଗୁଡ଼ିକୁ ରାଜ୍ୟପାଳ ସ୍ମରଣ କରାଇ ଥିଲେ ଏବଂ ବାଜପେୟୀଙ୍କୁ ଦଳ ମତ ନିର୍ବିଶେଷରେ ଜଣେ ସମ୍ମାନନୀୟ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରନେତା ଭାବରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢୀ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜ୍ୟପାଳଙ୍କ କମିଶନର-ତଥା- ଶାସନ ସଚିବ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲୋକଭବନର ଅଧିକାରୀ, କର୍ମଚାରୀ ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରାଫେଲ ପ୍ରୋଟୋଟାଇପ୍ ଡିଜାଇନ୍ ଏବଂ ନିର୍ମାଣ କରିଥିବା ଟିମକୁ ସମ୍ବର୍ଦ୍ଧିତ କରାଯାଇଥିଲା।

'Atal Van' Atal Van' at Lok Bhavan M. Venkaiah Naidu ଏମ ଭେଙ୍କେୟା ନାଇଡୁ ପୂର୍ବତନ ଉପରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.