ଭୁବନେଶ୍ଵର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଯୋଗ ଦେଇ ଏହି ଶିକ୍ଷାନୁଷ୍ଠାନ କେବଳ ଶିକ୍ଷାର ମନ୍ଦିର ନୁହେଁ ଏହା ଓଡ଼ିଶାର କାଳଜୟୀ ସାଂସ୍କୃତିକ ଚେତନା ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ଉଜ୍ଜିବିତ କରୁଛି ବୋଲି କହିଛନ୍ତି।
ଏହି ଅବସରରେ ସେ ଓଡ଼ିଶାର ସମୃଦ୍ଧ କଳା, ସାହିତ୍ୟ, ସଂସ୍କୃତି ସଂପର୍କରେ ଆଲୋକପାତ କରିବା ସହ କଳିଙ୍ଗର ଐତିହ୍ୟ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ଉପ-ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପଦ୍ମ ଭୂଷଣ ଡ. ପ୍ରତିଭା ରାୟ ପ୍ରମୁଖ ଯୋଗ ଦେଇଥିଲେ।


