Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ୟା ଘେରରେ ୪ଟି ରାଜ୍ୟ : ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
ଆଜିର ଖବର

ବନ୍ୟା ଘେରରେ ୪ଟି ରାଜ୍ୟ : ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

August 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର,  କର୍ଣ୍ଣାଟକ, ଗୁଜରାଟ ଓ କେରଳ ସମେତ ୭ଟି ରାଜ୍ୟରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ପାଖାପାଖି ୨୦୦ ଲୋକଙ୍କ ମୃତ୍ୟ ହୋଇଥିବାର ସୂଚନା ରହିଛି  । କେରଳର ପୁଣିଥରେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ହୋଇଛି ।  ବର୍ଷା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୩୮ରେ ପହଞ୍ଚତ୍ଥିବାବେଳେ ୨୨ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। କେରଳରେ ବର୍ଷା ଓ ଭୂସ୍ଖଳନ ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଓ୍ବାୟନାଡ ଓ ମାଲାପୁରମ୍‌ରେ ବଡ଼ ଧରଣର ଭୂସ୍ଖଳନରେ ପାଖାପାଖି ୪୦ ଜଣ ମାଟିତଳେ ପୋତିହୋଇପଡିଥିବା ଆଶଙ୍କା କରାଯାଉଛି। ଅଧିକାଂଶ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି। ସେହିପରି ମହାରାଷ୍ଟ୍ରର ୫ ଜିଲାରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୪୪ରେ ପହଞ୍ଚଛି। ପ୍ରାୟ ୮୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । କର୍ଣ୍ଣାଟକରେ ଭୀଷଣ ବର୍ଷା ଓ ବନ୍ୟା ଯୋଗୁଁ ୧୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଆଗାମୀ ୨୪ ଘଣ୍ଟାରେ କେରଳ, ମହାରାଷ୍ଟ୍ର, ଗୋଆ, ମଧ୍ୟପ୍ରଦେଶ, କର୍ନାଟକ ଓ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି କେରଳ, ମହାରାଷ୍ଟ୍ର, କର୍ନାଟକ ଓ ଗୁଜରାଟକୁ ରାଜ୍ୟକୁ ଏନ୍‌ଡିଆର୍‌ଏଫ୍‌ର ୮୩ ଟିମ୍‌ ପଠାଯାଇଛି। ଏହାବ୍ୟତୀତ ତିନି ସେନା ଓ ତଟସୁରକ୍ଷା ବାହିନୀର ମୋଟ ୧୭୩ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସି ବିଭିନ୍ନ ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026
Latest News

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.