ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ବ୍ଲକର ବିଭିନ୍ନ ମଣ୍ଡି, ରେଙ୍ଗାଳି ବଡମାଳ ଓ କଦଳିଗଡ ପେକ୍ସରେ ପ୍ରାୟ ୩୦ ହଜାର ଧାନ ବସ୍ତା ପଡିରହିଛି। ସେଗୁଡିକୁ ମିଲର ମାନେ ଉଠାଇନେବା ପାଇଁ ସନ୍ଥ କବି ଭୀମ ଭୋଇ କୃଷକ ସଂଘ ତରଫରୁ ରେଢ଼ାଖୋଲ ତହସିଲଦାରଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି।
ସଂଗଠନ ତରଫରୁ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତହସିଲଦାରଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି। ମଣ୍ଡିରେ କିଛି ଧାନ ଉଠାହୋଇଥିଲେ ମଧ୍ୟ ତାହା ସମ୍ପୁର୍ଣ୍ଣ ଧାନ ଉଠିନାହିଁ କି ସମସ୍ୟା ସମାଧାନ ହୋଇନାହିଁ ଏବେ ମଧ୍ୟ ଶହ ଶହ ଚାଷୀ ମାନଙ୍କ ଟୋକନ ସରିବାକୁ ବସିଲାଣି। ସମୟ ଅବଧି ସରିବାକୁ ବସିଲାଣି। ଏ ଦିଗରେ ରେଢାଖୋଲ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ବାରମ୍ବାର ଜଣାଇବା ଓ ଆନ୍ଦୋଳନ ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଆଗାମୀ ତିନି ଦିନମଧ୍ୟରେ ଯଦି ରେଢାଖୋଲ ବ୍ଲକରେ ବିଭିନ୍ନ ମଣ୍ଡି ଗୁଡିକରେ ଧାନ ଉଠିବାର କୌଣସି ବ୍ୟବସ୍ଥା କରାନଯାଏ ଓ ଦାବି ଗୁଡିକର ସମାଧାନ ନହୁଏ ତେବେ କୃଷକ ସଂଘ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି।


