ସ୍ବାଧିନତା ଦିବସରେ ପରେଡ୍ ସ୍ଥାନ ପରିବର୍ତ୍ତନ ଓ ଏଥର ପରେଡ୍ରେ ମାତ୍ର ଚାରୋଟି ଗ୍ରୁପ୍କୁ ସାମିଲ୍ କରିବାକୁ ନେଇ ଅଭିଯୋଗ କରିଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ, ଚଳିତ ଥର କୌଣସି କାରଣ ନଥାଇ ରାଜ୍ୟ ସରକାର ପରେଡ୍ ବନ୍ଦ କରିଛନ୍ତି । ଏହା ସହ ମାତ୍ର ଚାରୋଟି ଗ୍ରୁପ୍କୁ ରାଷ୍ଟ୍ରୀୟ ସାଲ୍ୟୁଟ୍ ଦେବା ପାଇଁ ଅନୁମତି ଓ ସ୍କୁଲ ପିଲାଙ୍କୁ ପରେଡରୁ ବାଦ୍ ଦେବା ନିଷ୍ପତ୍ତି ଅତ୍ୟନ୍ତ ପରିତାପର ବିଷୟ ବୋଲି ବିଜେପିର ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏପରି କରି ରାଜ୍ୟ ସରକାର ପରମ୍ପର ଭଙ୍ଗ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏପରି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ମଧ୍ୟ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ଠିଆ ହୋଇ ପାରିବେନି ବୋଲି ଏପରି କରାଯାଉଛି ବୋଲି କହିଛି ବିଜେପି ପ୍ରଶ୍ନ କରିଛି ।
Tags: