ବିଜେପିର ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ପରମ୍ପରା ଭଙ୍ଗ କରିଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ । ମନ୍ତ୍ରୀ ପରମ୍ପରା ଭଙ୍ଗ ହୋଇନି କହିବା ସହିତ ବିରୋଧୀଙ୍କ ଏସବୁ କଥାରେ ମାନେ କିଛି ନାହିଁ ବୋଲି କହିଛନ୍ତି । ପରେଡ଼ରେ ସ୍କୁଲ ପିଲା ଭାଗ ନେବା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ରଘୁନନ୍ଦନ ଦାସ । ତେବେ କେଉଁ ପରିପ୍ରେକ୍ଷୀରେ ପରେଡ୍ରେ ପରିବର୍ତ୍ତନ କରାଯାଇଛି, ତାହା ଗୃହ ବିଭାଗ କହିପାରିବ ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ନବୀନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବିରୋଧୀ ଯାହା କହୁଛନ୍ତି, ତାହା ୧୦ ବର୍ଷ ହେଲା ଶୁଣୁଛି ବୋଲି କହିଛନ୍ତି ମନ୍ତ୍ରୀ । ବିରୋଧୀଙ୍କ ଏହି ଅଭିଯୋଗର କିଛି ଅର୍ଥ ନାହିଁ ବୋଲି କହିଛନ୍ତି ରଘୁନନ୍ଦନ ।
Tags: