ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରୁ ଓହରିଲେ ରାହୁଲ୍‌ ଓ ସୋନିଆ

Published: Aug 10, 2019, 1:45 pm IST
rahul and sonia nomination file on 10th and 11th april

ଆଜି କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକରେ କଂଗ୍ରେସର ନୂତନ ଅଧ୍ୟକ୍ଷ କିଏ ହେବ ନେଇ ଚାଲିଛି ଅଙ୍କକଷା । ତେବେ ନୂତନ ଅଧ୍ୟକ୍ଷ ଚୟନରେ ଭାଗ ନେଇନାହାନ୍ତି ସୋନିଆ ଗାନ୍ଧି ଓ ରାହୁଲ୍‌ ଗାନ୍ଧି । କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଗାନ୍ଧି, ରାହୁଲ୍‌ ଗାନ୍ଧି ଉପସ୍ଥିତ ରହିଥିବାବେଳେ ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରୁ ଓହରିଛନ୍ତି ସୋନିଆ ଗାନ୍ଧି ଓ ରାହୁଲ୍‌ ଗାନ୍ଧି । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରୁ ଫେରିଛନ୍ତି ସୋନିଆ ଓ ରାହୁଲ୍‌।  ସବୁବେଳେ ପାରିବାରିକ ରାଜନୀତିକୁ ନେଇ ବିବାଦରେ ରହିଆସିଛି କଂଗ୍ରେସ ଦଳ । ଚଳିତ ଲୋକସଭାରେ ଦଳର ଖରାପ ପ୍ରଦର୍ଶନ ପରେ ରାହୁଲ୍‌ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଗାନ୍ଧି ପରିବାର ବାହାରୁ ଜଣକୁ ଦଳର ଅଧ୍ୟକ୍ଷ ରୂପେ ନିଯୁକ୍ତି କରିବାକୁ ରାହୁଲ୍‌ ଚାହୁଁଛନ୍ତି ବୋଲି କହିଥିଲେ । ଆଜିର ଏହି କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ରାହୁଲ୍‌ଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଥିବାବେଳେ ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ ।  କଂଗ୍ରେସର ଅଧ୍ୟକ୍ଷ ଚୟନ ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ସମିତିକୁ କ୍ଷେତ୍ର ହିସାବରେ ପାଞ୍ଚଟି ଜୋନ୍‌ରେ ଭାଗ କରାଯାଇଛି । ଏହି ଜୋନ୍‌ର ନେତା ଓ ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସ ଦଳର ବିଧାୟକ ଦଳର ନେତା, କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ, ସାଂସଦ ଓ ସଚିବଙ୍କ ବିଚାର ବିମର୍ଷ କରାଯାଇ ନୂତନ ଅଧ୍ୟକ୍ଷ ନିଯୁକ୍ତି କରାଯିବ । ରାତ୍ରି ୯ଟା ସୁଦ୍ଧା ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ରହିଛି ।

Related posts