ଧାରା 370 ଉଚ୍ଛେଦ ପ୍ରତିବାଦରେ କେନ୍ଦ୍ର ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେଲା

Published: Aug 10, 2019, 2:11 pm IST

ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରତିବାଦରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଓମାର ଅବଦୁଲ୍ଲାଙ୍କ ନ୍ୟାସନାଲ୍‌ କନଫରେନ୍ସ । ଶନିବାର ଧାରା 370 ଉଚ୍ଛେଦ ଏବଂ ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏହି ଦଳ । ଧାରା 370 ଉଚ୍ଛେଦ ନେଇ ରାଷ୍ଟ୍ରପତିଙ୍କ ଆଦେଶ ପ୍ରତିବାଦରେ ଦଳର ଦୁଇ ନେତା ମହମ୍ମଦ ଆକବର ଲୋନ୍‌ ଏବଂ ହାନ୍‌ସେନ୍‌ ମସୁଡୀ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି ଦୁଇ ନେତା କହିଛନ୍ତି । ଏହି ଅସାମ୍ବଧାନିକ ନିଷ୍ପତ୍ତିକୁ ମୋଦି ସରକାରଙ୍କୁ ଉଠାଇବାକୁ ପଡିବ ଏବଂ ଜମ୍ମୁ କାଶ୍ମୀରକୁ ଏହାର ପୂର୍ଣ୍ଣରାଜ୍ୟ ମାନ୍ୟତା ପୁନର୍ବାର ପ୍ରଦାନ କରାଯିବ ବୋଲି ଦୁଇ ନେତା ଦାବି କରିଛନ୍ତି ।

Related posts