Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ
ଆଜିର ଖବର

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଷ୍ପ ଉତ୍ସବ
ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ପ୍ରଥମ ସୋଆ ପୁଷ୍ପ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ ଓ ୨୦ ତାରିଖରେ ଦୁଇ ଦିନ ଧରି ସୋଆ କ୍ୟାମ୍ପସ -୪ କୃଷି ମହାବିଦ୍ୟାଳୟ ପରିସରରେ ଏହି ପୁଷ୍ପ ଉତ୍ସବର ଆୟୋଜନ କରାଯାଉଛି।

ପୁଷ୍ପ ଉତ୍ସବର ପ୍ରଥମ ଦିବସରେ ଭିନ୍ନ ଭିନ୍ନ ଫୁଲର ପ୍ରଦର୍ଶନୀ ସହ ଫୁଲକୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଦ୍ୱିତୀୟ ଦିବସରେ ଫୁଲ ଚାଷର ବୈଜ୍ଞାନିକ ପ୍ରଣାଳୀ, ଫୁଲ ଚାଷ ନିମନ୍ତେ ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରୋତ୍ସାହନ, ବ୍ୟାଙ୍କରୁ ମିଳୁଥିବା କୃଷି ଋଣ ତଥା ପୁଷ୍ପ ଉଦ୍ୟୋଗୀକରଣ ସମ୍ପର୍କିତ ଆଲୋଚନାଚକ୍ରରେ ବିଶିଷ୍ଟ ପୁଷ୍ପ ବିଜ୍ଞାନୀ, ବ୍ୟାଙ୍କ ଅଫିସର, ଉଦ୍ୟାନ ନିର୍ଦ୍ଦେଶାଳୟ ଏବଂ ସଫଳ ପୁଷ୍ପ ଉଦ୍ୟୋଗୀ ଯୋଗ ଦେବେ ଯାହା ଫୁଲ ଚାଷୀମାନଙ୍କୁ କୃଷି କ୍ଷେତ୍ରରେ ଅନେକ ପ୍ରେରଣା ଯୋଗାଇବ ବୋଲି ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଆଶା ବ୍ୟକ୍ତ କରିଛନ୍ତି।

ସୋଆର ଏହି ପ୍ରଥମ ପୁଷ୍ପ ଉତ୍ସବରେ କେବଳ କୃଷକମାନଙ୍କୁ ନୁହେଁ, ଏଥିରେ ଆୟୋଜିତ ହେବାକୁ ଥିବା ଭିନ୍ନ ଭିନ୍ନ ପ୍ରତିଯୋଗିତା ଛାତ୍ରଛାତ୍ରୀ, ସାଧାରଣ ଗୃହିଣୀ, ଫୁଲପ୍ରେମୀ, ପୁଷ୍ପ ଉତ୍ପାଦକମାନଙ୍କୁ ମଧ୍ୟ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ପୁଷ୍ପ ମହୋତ୍ସବର ପରିଚାଳିକା, ପୁଷ୍ପ ଓ ଭୂଭାଗ ଦୃଶ୍ୟ ଉଦ୍ୟାନ ବିଭାଗର ମୁଖ୍ୟ ପ୍ରଫେସର ଶଶୀକଳା ବେଉରା ମତ ଦେଇଛନ୍ତି।

ଏହି ଉତ୍ସବରେ ପୁଷ୍ପ ପ୍ରଦର୍ଶନୀ ନିମନ୍ତେ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଯୋଗଦାନ ପାଇଁ ଏବଂ ପୁଷ୍ପ ସମ୍ବନ୍ଧିତ ଆଲୋଚନାରେ ଭାଗ ନେବା ପାଇଁ ଫୁଲ ଚାଷୀ, ଫୁଲ ଉଦ୍ୟୋଗୀ, ବିଭିନ୍ନ ନର୍ସରୀ, ଅନୁଷ୍ଠାନ ଓ ଫୁଲ ପ୍ରେମୀମାନଙ୍କୁ ଆହ୍ୱାନ କରାଯାଉଛି। ଏହି ପୁଷ୍ପ ଉତ୍ସବରେ ଭାଗ ନେବା ପାଇଁ କୌଣସି ପଞ୍ଜୀକରଣ ଶୁଳ୍କ ରଖାଯାଇ ନାହିଁ। ଏହି ପୁଷ୍ପ ଉତ୍ସବ ଫୁଲ ପ୍ରେମୀମାନଙ୍କ ଭିତରେ ଏକ ନିଆରା ଉତ୍ସାହ ଭରିଦେବା ସହ ଚାଷୀମାନଙ୍କ ଆତ୍ମ ବିଶ୍ୱାସ ସୁଦୃଢ଼ କରିବ।

ଓଡ଼ିଶାରେ କୃଷକମାନେ ଜର୍ବେରା, ଗୋଲାପ ଓ ଅର୍କିଡ ଆଦି ଚାଷ କରି ବାହାରକୁ ରପ୍ତାନୀ କରି ଲକ୍ଷ ଲକ୍ଷ ଟଙ୍କା ଲାଭ କରିପାରୁଛନ୍ତି। ସେହିପରି ବିଭିନ୍ନ ପ୍ରକାରର ଋତୁଜିବୀ ପୁଷ୍ପ ପାଇଁ ବ୍ୟବହୃତ ଗଛର ମଞ୍ଜି ଉତ୍ପାଦନ ମଧ୍ୟ ଏକ ଲାଭବାନ ବ୍ୟବସାୟରେ ପରିଣତ ହୋଇଛି।

ଓଡ଼ିଶାରେ ପ୍ରାୟ ୧୦,୦୦୦ ହେକ୍ଟର ଜମିରେ ଫୁଲ ଚାଷ କରାଯାଉଛି ଏବଂ ରାଜ୍ୟର ଭୌଗୋଳିକ ଅବସ୍ଥିତି, ଜଳବାୟୁ ଓ ମୃତିକା ଫୁଲ ଚାଷ ନିମନ୍ତେ ଖୁବ୍ ଉପଯୋଗୀ ହୋଇଥିବାରୁ ଓଡ଼ିଶାର କୃଷକମାନେ ଚିରାଚରିତ କୃଷି ସହିତ ଗୋଲାପ, ରଜନୀଗନ୍ଧା, ଗେଣ୍ଡୁ, ଗ୍ଲାଡିଓଲସ୍‌, ମଲ୍ଲୀ, ସେବତୀ, ଇଟିମାଳା ଆଦି ଫୁଲ ଚାଷ ଦିଗରେ ମନ ଦେଉଛନ୍ତି।

ପୁଷ୍ପ ଉତ୍ସବ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.