Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀବଳଦେବଜୀଉ ମନ୍ଦିରର ମକର ସଂକ୍ରାନ୍ତି: ଭିନ୍ନ ଏକ ପରଂପରା, ଭିନ୍ନ ରୀତିନିତି
ଆଜିର ଖବର

ଶ୍ରୀବଳଦେବଜୀଉ ମନ୍ଦିରର ମକର ସଂକ୍ରାନ୍ତି: ଭିନ୍ନ ଏକ ପରଂପରା, ଭିନ୍ନ ରୀତିନିତି

January 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶ୍ରୀବଳଦେବଜୀଉ ମନ୍ଦିର
ଶ୍ରୀବଳଦେବଜୀଉ ମନ୍ଦିରର ମକର ସଂକ୍ରାନ୍ତି: ଭିନ୍ନ ଏକ ପରଂପରା, ଭିନ୍ନ ରୀତିନିତି

କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ମକରବେଢା ପରିକ୍ରମା ଦେବନୀତି ସଂପାଦିତ କରାଯାଇଛି। ଧନୁସଂକ୍ରାନ୍ତିରୁୁ ନିଜର ପିତ୍ରାଳୟ ଗମନ କରିଥିବା ମା ମହାଲକ୍ଷ୍ମୀ ମକରସଂକ୍ରାନ୍ତି ପୂର୍ବଦିନ ବାପଘରୁ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ। ପ୍ରତ୍ୟାବର୍ତନ ସମୟରେ ମା ମହାଲକ୍ଷ୍ମୀ ବାପଘରୁ ମକରହାଣ୍ଡି, ବିଭିନ୍ନ ପନିପରିବା, ଶାଗ ଆଣିଥିଲେ।

ସେହି ମକର ହାଣ୍ଡିରେ ଆଣିଥିବା ମକର ଚାଉଳ,କଦଳୀ,କନ୍ଦମୁଳ ନବାତ,କ୍ଷୀର,ଗୁଡ ପରି ଆଦି ସାମଗ୍ରୀକୁ ନେଇ ଚାରିଟିଥାଳିରେ ରଖାଯାଇ ରତ୍ନସିଂହାସନରେ ବିରାଜିତ ଶ୍ରୀବଳଦେବଙ୍କ ସମେତ ଚତୁର୍ଦ୍ଧାମୁର୍ତୀଙ୍କ ଉଦେଶ୍ୟରେ ଉତ୍ସର୍ଗ ହେବାପରେ ସେହିସବୁ ଥାଳିରେରହିବା ପବିତ୍ର ସାମଗ୍ରୀକୁ ନିଆଯାଇ ନବାଙ୍କବେଢା ପରିକ୍ରମା କରାଯାଇଥାଏ।

ମକରସଂକ୍ତାନ୍ତି ପୂର୍ବଦିନ ରାତିରେ ଅର୍ଥାତ ଗତକାଲି ରାତିରେ ଶ୍ରୀଜୀଉଙ୍କ ମନ୍ଦିରବେଢାକୁ ପାଂଚଥର ଏହି ମକରବେଢା କରାଯାଇଥିବାବେଳେ ଆଜି ଚାରିଥର ମକରବେଢା ପରିକ୍ରମା ଦେବନୀତି ସଂପାଦନ କରାଯାଇଛି। ଚତୁର୍ଦ୍ଧାମୁର୍ତୀକୁ ଉତ୍ସର୍ଗକରାଯାଇଥିବା ଚାରି ଦିବ୍ୟଥାଳିକୁ ବଡପଣ୍ଡା, ଚର୍ଚେଇତ, କର, ସୂଆର ସଂପ୍ରଦାୟ ସେବାୟତମାନେ ମସ୍ତକରେ ଧାରଣ କରି ବେଢା ପରିକ୍ରମା ଦେବନୀତି ସଂପାଦନ କରାଇଥିଲେ।

ଏହାପରେ ମା ମହାଲକ୍ଷ୍ମୀଙ୍କ ବାପଘରୁ ଆଶିଥିବା ଅମଣିହା ହାଣ୍ଡିରେ ସାତପୁରୀ,କରଞ୍ଜ,ବୁନ୍ଦି, ମିଠେଇ, ଲଡୁ, ବୁନ୍ଦି ଖିରି,ଅନ୍ନ,ଡାଲି,ବେସର,ମହୁର,ଶାଗଭଜା ପରି ୮୪ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଶ୍ରୀଜୀଉଙ୍କୁ ନୈବେଦ୍ୟ ମଣୋହି କରାଯାଇଥିଲା। ମକରବେଢା ପରିକ୍ରମାରେ ଅଂଶଗ୍ରହଣ କଲେ ସାତପୁରୁଷ ଉଦ୍ଧାର ହୁଅନ୍ତି ତଥା ଇହଲୋକ ପରଲୋକରେ ସ୍ୱର୍ଗପ୍ରାପ୍ତି ସନ୍ତୋଷଲାଭ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଥିବା ଧାର୍ମିକ ଆଧ୍ୟାତ୍ମିକ ବିଶ୍ୱାସ ରହିଛି।

ମନ୍ଦିର ପରିସରରେ ମକରବେଢା ପରିକ୍ରମା ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥିଲା । ମନ୍ଦିର ମଧ୍ୟରେ ଦେବନୀତି ଦର୍ଶନ ପାଇଁ ପ୍ରବଳ ଜନଗହଳି ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ମନ୍ଦିର ଭିତରେ ପୋଲିସ,ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା।

ମକର ସଂକ୍ରାନ୍ତି ଶ୍ରୀବଳଦେବଜୀଉ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.