Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ
ଆଜିର ଖବର

ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ

January 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ
ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ

ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସମଗ୍ର ଦେଶକୁ ଚକିତ କରିଦେଇଛି। ନିର୍ମାଣାଧୀନ ହାଇ-ସ୍ପିଡ୍ ରେଳ ପ୍ରକଳ୍ପର ଏକ କ୍ରେନ୍ ଟ୍ରେନ୍ ର ତିନୋଟି ବଗି ଉପରେ ପଡ଼ିବାରୁ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, କିଛି ମୃତଦେହ ଏବେ ବି ଭଗ୍ନାବଶେଷରେ ଫସି ରହିଥିବା ଆଶଙ୍କା କରାଯାଉଛି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।

ରାଜଧାନୀ ବ୍ୟାଙ୍କକ୍ ରୁ ପ୍ରାୟ ୨୩୦ କିଲୋମିଟର ଉତ୍ତର-ପୂର୍ବରେ ନାଖୋନ୍ ରାଚାସିମା ପ୍ରଦେଶର ଶିଖିଓ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ ଟି ବ୍ୟାଙ୍କକ୍ ରୁ ଉବୋନ୍ ରାଚାଥାନି ପ୍ରଦେଶକୁ ଯାତ୍ରା କରୁଥିଲା। ପ୍ରତ୍ୟକ୍ଷଦର୍ଶୀ ଏବଂ ପୋଲିସଙ୍କ ଅନୁଯାୟୀ, ଟ୍ରେନ୍ ଟି ଘଟଣାସ୍ଥଳ ଦେଇ ଯାଉଥିବା ବେଳେ, ନିର୍ମାଣାଧୀନ ହାଇ-ସ୍ପିଡ୍ ରେଳ ଲାଇନର ଏକ ଭାରୀ କ୍ରେନ୍ ହଠାତ୍ ଭାଙ୍ଗି ପଡ଼ି ସିଧାସଳଖ ଟ୍ରେନ୍ ର ତିନୋଟି ବଗି ଉପରେ ପଡ଼ିଗଲା। ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଥିଲା। ଏବଂ ଟ୍ରେନରେ ନିଆଁ ମଧ୍ୟ ଲାଗିଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026
Latest News

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.