ଭୁବନେଶ୍ଵର: ଦେଶକୁ ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସମାଜରେ ଆର୍ଥିକ ସୀମାରେଖା ତଳେ ଥିବା ପ୍ରତ୍ୟେକ ବ୍ୟକ୍ତି ସମୃଦ୍ଧ ହେବା ସହ ଦେଶ ଗଠନରେ ସହାୟକ ହୋଇପାରିବେ, ସେ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ପିଏମ୍ ଜନ-ଧନ ଯୋଜନା ଆରମ୍ଭ କରିଥିଲେ। ‘ସବ୍ କା ସାଥ୍, ସବ୍ କା ବିକାଶ’ ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।
ଯୋଜନାରେ ନିମ୍ନ ଆୟକାରୀ ଗୋଷ୍ଠୀଙ୍କୁ ଆର୍ଥିକ ସେବା ପ୍ରଦାନ କରାଯାଉଛି। ବ୍ୟାଙ୍କରେ ଆର୍ଥିକ କାରବାର ସହଜ ହୋଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ସଞ୍ଚୟ ବ୍ୟାଙ୍କ ଖାତା, ଆବଶ୍ୟକତା ଭିତ୍ତିକ ଋଣ, ଟଙ୍କା ଦେଣନେଣ, ବୀମା ଓ ପେନସନ ପ୍ରଦାନ ଦିଗରେ ଏହି ଯୋଜନା ବେଶ୍ ସହାୟକ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଫ୍ରିନା ନୁରୀ ବିନା ମୂଲ୍ୟରେ ବ୍ୟାଙ୍କରେ ଖାତା ଖୋଲିବା ସହ ବିଭିନ୍ନ ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି, କେନ୍ଦ୍ରାପଡା ଜିଲ୍ଲାର ହରିନା ବିବି, ହାଜମିରି ବେଗମ ମଧ୍ୟ ମଧ୍ୟ ଜନଧନ ଯୋଜନାରେ ଖାତା ଖୋଲି ଉପକୃତ ହେଉଛନ୍ତି।
ଯେଉଁ ବ୍ୟକ୍ତିଙ୍କର ଅନ୍ୟ କୌଣସି ବ୍ୟାଙ୍କ ଖାତା ନାହିଁ, ସେମାନେ ଏହି ଯୋଜନା ଅଧୀନରେ ଖାତା ଖୋଲି ପାରୁଛନ୍ତି। କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ଦୁର୍ନୀତି ଓ ଦାରିଦ୍ର୍ୟ ଦୂରୀକରଣ ସହ ଅର୍ଥ ନେଣ ଦେଣରେ ସ୍ୱଚ୍ଛତା ଆଣିବାରେ ସଫଳ ହୋଇଛି।
ଦେଶକୁ ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସମାଜରେ ଆର୍ଥିକ ସୀମାରେଖା ତଳେ ଥିବା ପ୍ରତ୍ୟେକ ବ୍ୟକ୍ତି ସମୃଦ୍ଧ ହେବା ସହ ଦେଶ ଗଠନରେ ସହାୟକ ହୋଇପାରିବେ, ସେ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି।
ଏହି ପ୍ରରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ପିଏମ୍ ଜନ-ଧନ ଯୋଜନା ଆରମ୍ଭ କରିଥିଲେ। ‘ସବ୍ କା ସାଥ୍, ସବ୍ କା ବିକାଶ’ ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯୋଜନାରେ ନିମ୍ନ ଆୟକାରୀ ଗୋଷ୍ଠୀଙ୍କୁ ଆର୍ଥିକ ସେବା ପ୍ରଦାନ କରାଯାଉଛି। ବ୍ୟାଙ୍କରେ ଆର୍ଥିକ କାରବାର ସହଜ ହୋଇଛି।
ପ୍ରତ୍ୟେକ ବ୍ୟକ୍ତିଙ୍କ ସଞ୍ଚୟ ବ୍ୟାଙ୍କ ଖାତା, ଆବଶ୍ୟକତା ଭିତ୍ତିକ ଋଣ, ଟଙ୍କା ଦେଣନେଣ, ବୀମା ଓ ପେନସନ ପ୍ରଦାନ ଦିଗରେ ଏହି ଯୋଜନା ବେଶ୍ ସହାୟକ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଫ୍ରିନା ନୁରୀ ବିନା ମୂଲ୍ୟରେ ବ୍ୟାଙ୍କରେ ଖାତା ଖୋଲିବା ସହ ବିଭିନ୍ନ ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।
ସେହିପରି, କେନ୍ଦ୍ରାପଡା ଜିଲ୍ଲାର ହରିନା ବିବି, ହାଜମିରି ବେଗମ ମଧ୍ୟ ମଧ୍ୟ ଜନଧନ ଯୋଜନାରେ ଖାତା ଖୋଲି ଉପକୃତ ହେଉଛନ୍ତି।
ଯେଉଁ ବ୍ୟକ୍ତିଙ୍କର ଅନ୍ୟ କୌଣସି ବ୍ୟାଙ୍କ ଖାତା ନାହିଁ, ସେମାନେ ଏହି ଯୋଜନା ଅଧୀନରେ ଖାତା ଖୋଲି ପାରୁଛନ୍ତି। କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ଦୁର୍ନୀତି ଓ ଦାରିଦ୍ର୍ୟ ଦୂରୀକରଣ ସହ ଅର୍ଥ ନେଣ ଦେଣରେ ସ୍ୱଚ୍ଛତା ଆଣିବାରେ ସଫଳ ହୋଇଛି।


