Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ
ଆଜିର ଖବର

ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

January 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Governor shares happiness with children who visited Lok Bhavan Garden
Governor shares happiness with children who visited Lok Bhavan Garden

ଭୁବନେଶ୍ଵର: ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ବୁଧବାର ଅପରାହ୍ନରେ ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଛନ୍ତି। ମକର ସଂକ୍ରାନ୍ତି ଅବସରରେ ରାଜ୍ୟପାଳ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ପିଲାମାନଙ୍କୁ ଚିକି, ଚକୋଲେଟ ଓ କଲମ ବଣ୍ଟନ କରିଥିଲେ। ସୁନ୍ଦର ଭୂଦୃଶ୍ୟରେ ସଜ୍ଜିତ ଲୋକଭବନ ଉଦ୍ୟାନ ଏବଂ ଲୋକଭବନ ପରିସରରେ ନୂତନ ଭାବରେ ବିକଶିତ ଅଟଳ ବନ ପରିଦର୍ଶନ କରିଥିବା ପିଲାମାନଙ୍କୁ ଭେଟି ରାଜ୍ୟପାଳ ଆନନ୍ଦିତ ହୋଇଥିଲେ।

ନିଜର ଖୁସି ପ୍ରକାଶ କରି ରାଜ୍ୟପାଳ କହିଥିଲେ ଯେ, ”ସବୁଜିମାରେ ଭରପୁର ଉଦ୍ୟାନ ଗୁଡ଼ିକୁ ପରିଦର୍ଶନ କରିବା ସମୟରେ ପିଲାମାନଙ୍କୁ ଭେଟିବା ଏବଂ ସେମାନଙ୍କର ଉତ୍ସାହ ଦେଖିବା ମୋତେ ଅତ୍ୟନ୍ତ ଆନନ୍ଦ ଦିଏ।” ଏପରି ସ୍ଥାନଗୁଡ଼ିକ ପିଲାମାନଙ୍କୁ ଏକ ନିରାପଦ ଏବଂ ପ୍ରାକୃତିକ ପରିବେଶରେ ସୁସ୍ଥ ମନୋରଞ୍ଜନ ଦେବା ସହ ଶିଖିବାର ସୁଯୋଗ ପ୍ରଦାନ କରେ, ଯାହା ସେମାନଙ୍କର ସାମଗ୍ରିକ ବିକାଶ ଏବଂ କଲ୍ୟାଣ ପାଇଁ ପରିପୂରକ ହୋଇଥାଏ ବୋଲି ରାଜ୍ୟପାଳ କହିଛନ୍ତି।

ଲୋକଭବନ ଉଦ୍ୟାନ ପରିଦର୍ଶନ ପାଇଁ ଜନସାଧାରଣଙ୍କ ବିପୁଳ ଆଗ୍ରହ ପାଇଁ ମଧ୍ୟ ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଥିଲେ। ଲୋକଭବନର ପରିବେଶକୁ ଜନସାଧାରଣ ଉପଭୋଗ କରିବା ଉତ୍ସାହଜନକ ବୋଲି ରାଜ୍ୟପାଳ କହିଛନ୍ତି।

ଲୋକଭବନ ଉଦ୍ୟାନଗୁଡ଼ିକ ଚଳିତ ଜାନୁଆରୀ ୧୦ ତାରିଖରୁ ଜନସାଧାରଣ ପାଇଁ ଖୋଲାଯାଇଛି ଏବଂଏହା ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଖୋଲା ହେବା ପରଠାରୁ ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ହଜାର ହଜାର ପରିଦର୍ଶକ ଲୋକଭବନ ଉଦ୍ୟାନଗୁଡ଼ିକୁ ପରିଦର୍ଶନ କରୁଛନ୍ତି।

Lok Bhavan Garden ଲୋକଭବନ ଉଦ୍ୟାନ
Share. Facebook Twitter LinkedIn Email WhatsApp Copy Link

Related Posts

ଉଦଘାଟିତ ହେଲା ଅଟ୍ରି ମକର ମହୋତ୍ସବ

January 15, 2026

ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା

January 15, 2026

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026
Latest News

ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

January 15, 2026

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି

January 15, 2026

ଉଦଘାଟିତ ହେଲା ଅଟ୍ରି ମକର ମହୋତ୍ସବ

January 15, 2026

ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା

January 15, 2026

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.