Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ଉନ୍ନତିକରଣ, ବୁଝାମଣା ପତ୍ର ସ୍ବାକ୍ଷରିତ
ଆଜିର ଖବର

ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ଉନ୍ନତିକରଣ, ବୁଝାମଣା ପତ୍ର ସ୍ବାକ୍ଷରିତ

January 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଠାଣି ସାମନ୍ତ ପ୍ଲାନେଟାରିୟମ
ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ଉନ୍ନତିକରଣ, ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ରାଜ୍ୟର ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଏବଂ ମହାକାଶ ବିଜ୍ଞାନକୁ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ନିଭାଉଥିବା ପଠାଣି ସାମନ୍ତ ପ୍ଲାନେଟାରିୟମର ନବୀକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ ଜନସାଧାରଣ ମାନଙ୍କ ଉତ୍ସର୍ଗୀକୃତ ଏହି ପ୍ଲାନେଟାରିୟମର ଆଧୁନିକୀକରଣ ତଥା ଏହାର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମ (ବିଆଇଟିଏମ) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଲୋକସେବା ଭବନସ୍ଥିତ ଉନ୍ନୟନ କମିଶନରଙ୍କ ସମ୍ମିଳନୀ କକ୍ଷରେ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣା ଏବଂ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅନ୍ତର୍ଗତ ନ୍ୟାସନାଲ କାଉନସିଲ ଅଫ ସାଇନ୍ସ ମ୍ୟୁଜିୟମସ୍  ଅଧିନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ ଏଣ୍ଡ ଟେକ୍ନୋଲୋଜିକାଲ  ମ୍ୟୁଜିୟମ୍ (ବିଆଇଟିଏମ୍)ର ନିର୍ଦ୍ଦେଶକ ଅର୍ଣ୍ଣବ ଚାଟାର୍ଜୀଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଖୁବଶୀଘ୍ର ଏକ ବୈଷୟିକ ଦଳ ଆସି  ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଚାଟାର୍ଜୀ ସୂଚନା ଦେଇଥିଲେ।

ଏହି ଅବସରରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଯୋଗଦେଇ ବିଜ୍ଞାନ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ନିଜେ ଜଣେ ପଦାର୍ଥ ବିଜ୍ଞାନର ଛାତ୍ର ଭାବେ ବିଜ୍ଞାନ ପ୍ରତି ଥିବା ତାଙ୍କ ରୁଚି ଓ ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହାର ନବୀକରଣ ପାଇଁ ସମସ୍ତ ସହଯୋଗ ପ୍ରଦାନ କରାଯିବ ଓ ଏହି ଅନୁଷ୍ଠାନ ଆଗାମୀ ଦିନରେ ରାଜ୍ୟରେ ପଠାଣି ସାମନ୍ତ ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଥିଲେ।

ସେହିଭଳି ଉପସ୍ଥିତ ରହି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ନବୀକରଣ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ ।  ଏହି ନବୀକରଣ କାର୍ଯ୍ୟ ଦ୍ୱାରା ରାଜ୍ୟର ଛାତ୍ରଛାତ୍ରୀ ଏବଂ ସାଧାରଣ ବ୍ୟକ୍ତି ବିଶେଷ ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ ଏବଂ ମହାକାଶ ବିଜ୍ଞାନ ବିଷୟରେ ଅଧିକ ଉନ୍ନତ ତଥା ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ବିଭିନ୍ନ ତଥ୍ୟ ଜାଣିପାରିବାର ସୁଯୋଗ ପାଇବେ।

ଏହି ଅବସରରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ଇଡ଼କୋ ପରିଚାଳନା ନିର୍ଦ୍ଦେଶକ ଡ଼ି. ପ୍ରଶାନ୍ତ କୁମାର ରେଡ୍ଡୀ, ଯୋଜନା ଓ ସଂଯୋଜନ ସ୍ୱତନ୍ତ୍ର ଶାସନ ସଚିବ  ଦେବେନ୍ଦ୍ର କୁମାର ଜେନା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ଶାସନ ସଚିବ  ଶିବାନୀ ମହାନ୍ତି,  ପୂଜା ମିଶ୍ର,  ବିଦ୍ୟୁତପ୍ରଭା ରାଉତ,  ପଦ୍ମ ଲୋଚନ ଦାସ, ଉପ ଶାସନ ସଚିବ  ଚିନ୍ମୟୀ ଚେତନା ଦାସ, ଜୈବ ପ୍ରଯୁକ୍ତିବିଦ୍ୟା ଉପନିର୍ଦ୍ଦେଶକ  ଶଶିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପଠାଣି ସାମନ୍ତ ପ୍ଲାନେଟାରିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ପ୍ରଥମ ସମବାୟ-ଭିତ୍ତିକ ଟ୍ୟାକ୍ସି ସେବା ‘ଭାରତ ଟ୍ୟାକ୍ସି’ର ଶୁଭାରମ୍ଭ କଲେ ଅମିତ ଶାହ

February 6, 2026

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026
Latest News

ରେଢ଼ାଖୋଲରେ ରକ୍ତଦାନ ଶିବିର, ୫୧ ୟୁନିଟ ସଂଗ୍ରହ

February 6, 2026

ଭାରତର ପ୍ରଥମ ସମବାୟ-ଭିତ୍ତିକ ଟ୍ୟାକ୍ସି ସେବା ‘ଭାରତ ଟ୍ୟାକ୍ସି’ର ଶୁଭାରମ୍ଭ କଲେ ଅମିତ ଶାହ

February 6, 2026

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.