Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ

January 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ
ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ

ଖୋର୍ଦ୍ଧା: ଅଦ୍ୟ ଖୋର୍ଦ୍ଧା ଜିଲ୍ଲାଶିକ୍ଷାଧିକାରୀ ସୋନାମିକା ରାୟଙ୍କ ମାର୍ଗ ଦର୍ଶନ ତଥା ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୁନିୟର୍ ରେଡ୍ କ୍ରସ୍ (JRC) ଖୋର୍ଦ୍ଧାର କାର୍ଯ୍ୟ ନିର୍ବାହୀ ବୈଠକ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ନୂତନ ଜିଲ୍ଲା ସଚିବ ଭାବେ ଡ଼ ପ୍ରଜ୍ଞା ପରମିତା ଜେନା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ADEO), ଖୋର୍ଦ୍ଧା ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ନିଯୁକ୍ତିରେ ଜିଲ୍ଲାର ଶିକ୍ଷା ଜଗତ ଓ ଜେଆରସି ସଂଘର ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ଡା. ଜେନାଙ୍କ ଦକ୍ଷ ନେତୃତ୍ୱରେ ଜେଆରସି କାର୍ଯ୍ୟକ୍ରମ ଆହୁରି ସକ୍ରିୟ ଓ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି।

ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧ୍ୟକ୍ଷା ତଥା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ରାୟ ସ୍ୱାଗତ ଜଣେଇବା ସହ ରେଡ଼କ୍ରସର ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତାର ବାର୍ତ୍ତାକୁ ଉଲ୍ଲେଖ କରିଵା ସହିତ ଆଗାମୀ ଦିନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ପୂର୍ବତନ ଜିଲ୍ଲା ସଚିବ ଭାସ୍କର ଲେଙ୍କାଙ୍କୁ ଗଭୀର କୃତଜ୍ଞତା ଜଣାଯାଇଛି। ତାଙ୍କ କାର୍ଯ୍ୟକାଳରେ ଜେଆରସି ଖୋର୍ଦ୍ଧା ଅନେକ ସଫଳତା ଓ ଉପଲବ୍ଧି ଅର୍ଜନ କରିଛି। ଶ୍ରୀ ଲେଙ୍କାଙ୍କ ନୂତନ ଦାୟିତ୍ୱ ପାଇଁ ସମସ୍ତଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଜେଆରସି ଖୋର୍ଦ୍ଧା ପରିବାର ପକ୍ଷରୁ ମଧ୍ୟ ଡ଼ ଜେନାଙ୍କୁ ସ୍ୱାଗତ କରାଯାଇଛି।

ଏହି ବୈଠକରେ ରାଜ୍ୟ ଜୁନିଅର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଉପ ସଭାପତି ଡ଼ଃ ନିରଞ୍ଜନ ମହାନ୍ତି, ଯୁଗ୍ମ ସଚିବ ମୁରଲୀଧର ପରିଡା, କାର୍ଯ୍ୟକାରୀ ସଚିବ ସୁଧାକର ମହାପାତ୍ର, ଏବିଇଓ ପ୍ରଭାତ କୁମାର ସେଠି, ଡିପିଇଓ ଦିଲ୍ଲୀପ କୁମାର ମୁଦି, ପ୍ରଧାନଶିକ୍ଷକ ତଥା ବ୍ଲକ ସଚିବ ଓ ବ୍ଲକ ସଂଯୋଜକ ସହ ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ତୋଫାନ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ରାଉତରାୟ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ରଶ୍ମି ରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ବିଭିନ୍ନ ତାଲିମ ଶିବିର, ସଚେତନତା କାର୍ଯ୍ୟକ୍ରମ, ସାମାଜିକ ସେବା ଶିବିର, ରକ୍ତ ଦାନ ଶିବିର, ଟ୍ରାଫିକ କ୍ଲବ, ରେଡ ରିବନ କ୍ଲବ ଓ ଫାଷ୍ଟ ଏଡ଼ କ୍ଲବ ଉପରେ ଆଲୋଚନା ହୋଇଥିଲା।

ଖୋର୍ଦ୍ଧା ଜିଲ୍ଲା ଜିଲ୍ଲା ସଚିବ ଜୁନିଅର ରେଡ଼କ୍ରସ ଡ଼ ପ୍ରଜ୍ଞ୍ୟାପରମିତା ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ଘୁଞ୍ଚିଲା ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ର ମୁକ୍ତିଲାଭ ତାରିଖ: ଜାଣନ୍ତୁ କେବେ ସିନେମା ହଲରେ ଆସିବ ସଲମାନ ଖାନଙ୍କ ଫିଲ୍ମ

February 9, 2026

ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା: ଓଡ଼ିଶାକୁ ମିଳିଲା ୭ ପଦକ

February 9, 2026

ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

February 9, 2026

ନୂତନ ଆସାନସୋଲ-ବୋକାରୋ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳମନ୍ତ୍ରୀ

February 9, 2026
Latest News

ଘୁଞ୍ଚିଲା ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ର ମୁକ୍ତିଲାଭ ତାରିଖ: ଜାଣନ୍ତୁ କେବେ ସିନେମା ହଲରେ ଆସିବ ସଲମାନ ଖାନଙ୍କ ଫିଲ୍ମ

February 9, 2026

ଭାରତ ସହ ଖେଳିବା ପାଇଁ ପାକିସ୍ତାନର ତିନୋଟି ଦାବି: ରାଜି ହେବ କି ବିସିସିଆଇ?

February 9, 2026

ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା: ଓଡ଼ିଶାକୁ ମିଳିଲା ୭ ପଦକ

February 9, 2026

ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

February 9, 2026

ବାମପନ୍ଥୀ ଉଗ୍ରବାଦ ଉପରେ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.