Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସପ୍ତ ଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦ୍ଘାଟିତ
ଆଜିର ଖବର

ସପ୍ତ ଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦ୍ଘାଟିତ

January 18, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସପ୍ତ ଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦ୍ଘାଟିତ
ସପ୍ତ ଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦ୍ଘାଟିତ

ଖୋର୍ଦ୍ଧା: ଆଜି ଜିଲ୍ଲା ସଦର ମହକୁମା ଟିଏଲସି ରୋଡ଼ ବିଡିଏ ପଡ଼ିଆରେ, ଓର୍ମାସ୍, ମିଶନ ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ସପ୍ତଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ମହୋତ୍ସବ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଶ୍ରୀ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ନିଜ ଅଭିଭାଷଣରେ କହିଲେ ଯେ, ଗ୍ରାମୀଣ ଉତ୍ପାଦର ଚାହିଦାକୁ ବିଶ୍ୱ ସ୍ତରୀୟ କରିବା କୁ ପଡ଼ିବ। ମହିଳାମାନେ ସୁଭଦ୍ରା ଯୋଜନାରେ ଆନୁଷଙ୍ଗିକ କୃଷି ଉଦ୍ୟୋଗରେ ସଫଳତା ପାଇଁ ଲକ୍ଷ ପତି ଦିଦି ହୋଇପାରିଛନ୍ତି। ରାଜ୍ୟ ସରକାର ୨୦୨୭ ସୁଦ୍ଧା ୫୦ ଲକ୍ଷ ମହିଳାଙ୍କୁ ଲକ୍ଷ ପତି ଦିଦି ସୃଷ୍ଟି କରି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଓଡ଼ିଶାରେ ନାରୀ ଅଦାଲତ , ସୁଭଦ୍ରା ଶକ୍ତି କେନ୍ଦ୍ର ଦ୍ବାରା ଗ୍ରାମୀଣ ଭିତ୍ତି ଅର୍ଥ ନୀତି ଅଗ୍ରସର ହେବ ଲ ମହିଳାଙ୍କୁ ଛାଡ଼ି ବିକଶିତ ଓଡ଼ିଶା ଗଠନ ହୋଇ ପାରିବ ନାହିଁ। ଆଜିର ଏହି ଜିଲ୍ଲା ସ୍ତରୀୟ ଏକତ୍ରିତ ହୋଇ ଅନୁଷ୍ଠିତ ପଲ୍ଲୀଶ୍ରୀ ମେଳା, ସୁଭଦ୍ରା ଶକ୍ତି ମେଳା, କୃଷି ଯନ୍ତ୍ର ପାତି ମେଳା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଓ ପୁସ୍ତକ ମେଳା ମହିଳା, ଯୁବକ ସମସ୍ତଙ୍କ ପାଇଁ ଭବ୍ୟ ଦିବ୍ୟ ମେଳା ବୋଲି ଉତ୍ଥାପନ କରି ସମସ୍ତେ ମେଳାର ସୁଯୋଗ ନେବାକୁ ଆହ୍ବାନ ଦେଇଥିଲେ।

ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ଖୋର୍ଦ୍ଧା ମାଟି ତୀର୍ଥ, ବଳିଦାନ, ବୀରତ୍ବର ମାଟି। ଏକବିଂଶ ଶତାବ୍ଦୀରେ ଆମେ ପଦାର୍ପଣ କରିସାରିଥିବା ବେଳେ ବର୍ତ୍ତମାନ ନୂଆ ରୂପ, ନୂଆ ଲକ୍ଷ୍ୟ ନେଇ ଡବଲ ଇଞ୍ଜିନ ସରକାର ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଓ ବିକଶିତ ଖୋର୍ଦ୍ଧା ଗଠନରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ବିକଶିତ ଭାରତ ଗଠନରେ ଓଡ଼ିଶା ହୃତପିଣ୍ଡ ହେବାକୁ ଯାଉଥିବା ବେଳେ ଖୋର୍ଦ୍ଧା କୁ ଏହାର ମୁଖ୍ୟ ଅଙ୍ଗ ଭାବେ ପ୍ରତିପାଦିତ କରିବାକୁ ଆହ୍ଵାନ ଦେଇଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ବନଖଣ୍ଡ ଅଧିକାରୀ ଖୋର୍ଦ୍ଧା ଲାଡେ ଗଜାନନ ଦୟାନନ୍ଦ, ଖୋର୍ଦ୍ଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ ଯୋଗ ଦେଇ ମହିଳା, କୃଷକ, ଛାତ୍ର ଛାତ୍ରୀ, ଯୁବକ ଯୁବତୀ ମାନଙ୍କୁ ଏହି ସମନ୍ୟୁତ ପଲ୍ଲୀଶ୍ରୀ ମେଳା ନୂତନ ଦିଗ ଦର୍ଶନ ଦେବବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ଉଦ୍ଘାଟନୀ ସମାରୋହରେ ମୌସୁମୀ ପାଟଯୋଷି, କୋଷଲ୍ୟା ବେହେରା, ସାଇଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ, ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଝୁନୁରାଣି ପରିଡ଼ା, କାଳନ୍ଦୀ ସ୍ୱାଇଁ , ରବୀନ୍ଦ୍ର ମହାରଣା, ବିକ୍ରମ ମାର୍ଥା, ସ୍ବଦେଶ ବାଳୀୟାର ସିଂହ, ଅମିତା ବଳିୟାର ସିଂହ, ତ୍ରିଲୋଚନ ମହାପାତ୍ର, ସୁମିତା ଜେନା, ମା ସନ୍ତୋଷି ସ୍ୱୟଂ ସହାୟିକା ଗୋଷ୍ଠୀ, ସୁବ୍ରତ କୁମାର ପାଇକରାୟ, ବିରଞ୍ଚି ନାରାୟଣ ସାହୁ, ମୀନା ପଣ୍ଡା, ଗାୟତ୍ରୀ ପ୍ରଧାନ, ସୁବ୍ରତ କୁମାର ପଣ୍ଡା, ମା ବନଦୂର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀ, କୃଷି ଓ ଆନୁସଙ୍ଗିକ କୃଷି ରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଉଦ୍ଘୋଷିକା ପାୟଲ ନାୟକ, ଉଦ୍ଘୋଷକ ଅବନୀ ମିଶ୍ରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।

ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା, ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ସମସ୍ତ ସମ୍ମାନିତ ଅତିଥି ମାନଙ୍କୁ ଉପଢ଼ୌକନ, ମେଳା ସ୍ମାରକୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର ଜରୁରୀ ଶ୍ରୀତପା ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ। ପ୍ରାରମ୍ଭରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ମେଳାରେ ବହୁ ଜନ ସମାବେଶ ହୋଇଥିଲା। ସର୍ବ ଶେଷରେ ଅନୁରାଗ ଦାଶ, ସୁବ୍ରତ କୁମାର, ଯାଜ୍ଞସେନୀ ନାୟକ ଏବଂ ଆର ଡି ଏକ୍ସ ଡାନ୍ସ ଗ୍ରୁପ୍ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ପଲ୍ଲୀଶ୍ରୀ ମେଳା ପ୍ରଭାତୀ ପରିଡା ମିଶନ ଶକ୍ତି ବିଭାଗ ସପ୍ତ ଦିବସୀୟ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026
Latest News

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026

ଚିନ୍ତା ବଢ଼ାଇଲା ଆମେରିକା ଦ୍ଵାରା ପ୍ରକାଶିତ ଭାରତ ମାନଚିତ୍ର: ପାକିସ୍ତାନ ଏବଂ ଚୀନ୍ କୁ ବଡ଼ ଝଟକା

February 7, 2026

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.