ଭୁବନେଶ୍ଵର: ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଛନ୍ତି ରାଉରକେଲାର ପ୍ରତିଭାବାନ ଯୁବକ ସୁମିତ କୁମାର ସିଂହ। ମାନୁଆଲ୍ ଟ୍ରେଡମିଲରେ ଲଗାତାର ୪୮ ଘଣ୍ଟା ଦୌଡ଼ି ପ୍ରାୟ ୨୦୧.୫ କିଲୋମିଟର ଦୂରତା ଅତିକ୍ରମ କରି ସେ ଏହି ରେର୍କଡର ଅଧିକାରୀ ହୋଇଛନ୍ତି। ଏହି ସଫଳତା ନେଇ ସେ କ୍ରୀଡ଼ା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କର ଏହି ବିରଳ ରେକର୍ଡ ପାଇଁ ସୁମିତ ଓ ତାଙ୍କ ମାଆଙ୍କୁ ମନ୍ତ୍ରୀ ଶ୍ରୀ ସୂରଜ ଶୁଭେଚ୍ଛା ଜଣାଇଛନ୍ତି।


