ଭୁବନେଶ୍ଵର: ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀମାନଙ୍କୁ ଜାନୁଆରୀ ୨୨ ତାରିଖରେ ଅର୍ଥ ରାଶି ମିଳିବ। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ହିତାଧିକାରୀମାନଙ୍କୁ ସୁଭଦ୍ରା ସହାୟତା ଅର୍ଥ ରାଶି ଆଜି ମିଳିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହା ଏବେ ଆସନ୍ତା ୨୨ ତାରିଖରେ ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ସ୍ପଷ୍ଟ କରାଯାଇଛି।


