Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ଲାଷ୍ଟିକ ବିରୋଧରେ ସମୂହ ସଙ୍କଳ୍ପ: ଆସୁରକୁମାରୀ ପୀଠରେ ସଚେତନତା ଅଭିଯାନ
ଆଜିର ଖବର

ପ୍ଲାଷ୍ଟିକ ବିରୋଧରେ ସମୂହ ସଙ୍କଳ୍ପ: ଆସୁରକୁମାରୀ ପୀଠରେ ସଚେତନତା ଅଭିଯାନ

January 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ଲାଷ୍ଟିକ ବିରୋଧରେ ସମୂହ ସଙ୍କଳ୍ପ: ଆସୁରକୁମାରୀ ପୀଠରେ ସଚେତନତା ଅଭିଯାନ
ପ୍ଲାଷ୍ଟିକ ବିରୋଧରେ ସମୂହ ସଙ୍କଳ୍ପ: ଆସୁରକୁମାରୀ ପୀଠରେ ସଚେତନତା ଅଭିଯାନ

ରଣପୁର: ରଣପୁର ବନ ବିଭାଗର ଆୟୋଜନରେ ଏବଂ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ସହ ବଜ୍ରକୋଟ ଗ୍ରାମବାସୀଙ୍କ ସହଯୋଗରେ ପବିତ୍ର ଆସୁରକୁମାରୀ ପୀଠ ପରିସରରେ “ପ୍ଲାଷ୍ଟିକ ମୁକ୍ତ ପିକନିକ୍ ସ୍ପଟ୍ ସଚେତନତା କାର୍ଯ୍ୟକ୍ରମ” ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବଜ୍ରକୋଟ ଗ୍ରାମ ପଞ୍ଚାୟତର ସରପଞ୍ଚ ବନିତା ବଳିଆରସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ପ୍ରଦୂଷଣର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ ଏବଂ ଆସୁରକୁମାରୀ ପୀଠକୁ ପ୍ଲାଷ୍ଟିକ ମୁକ୍ତ କ୍ଷେତ୍ର ଭାବେ ଗଢ଼ି ତୁଳିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ରାଣା ପ୍ଲାଷ୍ଟିକ ବଦଳରେ କାଗଜ, କପଡ଼ା ଓ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏହି ସଚେତନତା କାର୍ଯ୍ୟକ୍ରମ କେବଳ ଏକ ଦିନର ଅଭିଯାନ ନୁହେଁ, ଏହା ଏକ ଆନ୍ଦୋଳନ ହେଉ, ଦୀର୍ଘ ଦିନର ଅଭିଯାନ ହେଉ ବୋଲି ମତ ରଖିଥିଲେ।

ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ, କର୍ମଚାରୀବୃନ୍ଦ, ଛାତ୍ରଛାତ୍ରୀମାନେ ଏବଂ ଆଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ରହି ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାର କରିଥିଲେ।

ଆସୁରକୁମାରୀ କମିଟିର ସମସ୍ତ ସଦସ୍ୟ, ବଜ୍ରକୋଟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବଂ ଗ୍ରାମବାସୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବନ ବିଭାଗ ଅଧିକାରୀ ସିଦ୍ଧୁଚରଣ ସିଂହ ଓ ଫରେଷ୍ଟର ଶ୍ରୀ ସଞ୍ଜୀବ କୁମାର ବେହେରାଙ୍କ ନେତୃତ୍ୱରେ ବନ ବିଭାଗର ରଞ୍ଜନା ପରିଡା, ଅଶୋକ ତୋଟାଳ, ପପୁ ପ୍ରଧାନ ଙ୍କ ସହ ସମସ୍ତ କର୍ମଚାରୀବୃନ୍ଦ ସୁଚାରୁ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମର ଶେଷରେ ସମସ୍ତ ଅଂଶଗ୍ରହଣକାରୀ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ଓ ପିକନିକ୍ ସ୍ପଟ୍‌କୁ ସ୍ୱଚ୍ଛ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ ଏବଂ ଅସୁରକୁମାରୀ ପୀଠର ସଫେଇ କରିଥିଲେ । ସମଗ୍ର ପରିବେଶ ସଚେତନତା ଓ ସାମୂହିକ ଦାୟିତ୍ୱର ବାର୍ତ୍ତାରେ ମୁଖରିତ ହୋଇଉଠିଥିଲା।

ଆସୁରକୁମାରୀ ପୀଠ ରଣପୁର ବନ ବିଭାଗ ସଚେତନତା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣା: ବସ୍ ଓଲଟି ୯ ମୃତ, ପ୍ରାୟ ୩୦ ଆହତ

January 19, 2026

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ପଥ ଉତ୍ସବରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

January 19, 2026

ଜିହ୍ଵାପାକ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

January 19, 2026

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ଲଢେଇ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

January 19, 2026
Latest News

ଟି-୨୦ ବିଶ୍ୱକପ୍ ସ୍ଥାନ ପରିବର୍ତ୍ତନ ମାମଲାରେ ବାଂଲାଦେଶକୁ ଝଟକା: ବିସିବିକୁ ଚେତାବନୀ ଦେଲା ଆଇସିସି

January 19, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ ଯାପିତ 

January 19, 2026

ବିକଶିତ ଭାରତ ଜୀ ରାମ ଜୀକୁ ନେଇ କଂଗ୍ରେସ ମିଛ ପ୍ରଚାର କରୁଛି: କେନ୍ଦ୍ର କୃଷି ମନ୍ତ୍ରୀ

January 19, 2026

ପ୍ଲାଷ୍ଟିକ ବିରୋଧରେ ସମୂହ ସଙ୍କଳ୍ପ: ଆସୁରକୁମାରୀ ପୀଠରେ ସଚେତନତା ଅଭିଯାନ

January 19, 2026

ସଡ଼କ ଦୁର୍ଘଟଣା: ବସ୍ ଓଲଟି ୯ ମୃତ, ପ୍ରାୟ ୩୦ ଆହତ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.