ଭୁବନେଶ୍ଵର: ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବାସଂଘର ଅଶୀତମ ବାର୍ଷିକ ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଇଞ୍ଜିନିୟର ଶ୍ରୀକାନ୍ତ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିଲେ। ଡିପ୍ଲୋମା ଇଂଜିନିୟରମାନେ ନିଷ୍ଠାର ସହ କାର୍ଯ୍ୟ କଲେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡିଶା ସମ୍ଭବ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ତୃଣମୂଳ ସ୍ତରରେ କ୍ଷେତ୍ର କର୍ମଚାରୀ ଭାବେ ବିକଶିତ ଓଡିଶାର ଆଦ୍ୟ ବିନ୍ଧାଣୀ ହେଉଛନ୍ତି ଡିପ୍ଲୋମା ଇଂଜିନିୟର। ରାଜ୍ୟର ବିକାଶରେ, ବିଶେଷ କରି ନିର୍ମାଣ କ୍ଷେତ୍ରରେ ସେମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତ ରାଜ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ, ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ।


