Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ରୋଜଗାର ମେଳା: 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ଭୁବନେଶ୍ୱରରେ ରୋଜଗାର ମେଳା: 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ

January 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱରରେ ରୋଜଗାର ମେଳା: 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ
ଭୁବନେଶ୍ୱରରେ ରୋଜଗାର ମେଳା: 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଅଷ୍ଟାଦଶ ରୋଜଗାର ମେଳାକୁ ଉଦଘାଟନ କରିବା ସହିତ ସାରା ଦେଶରେ 61 ହଜାରରୁ ଅଧିକ ଯୁବବଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ପରିସରରେ ଏକ ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ରୋଜଗାର ସୃଷ୍ଟି ଏବଂ ଯୁବ ଶକ୍ତିର ସଦୁପଯୋଗ କେନ୍ଦ୍ର ସରକାରଙ୍କ ପ୍ରାଥମିକତା। ଏଭଳି ରୋଜଗାର ମେଳା ଯୁବପିଢ଼ିକୁ ଉପଯୁକ୍ତ ସୁଯୋଗ ପ୍ରଦାନ କରି ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛି। କେନ୍ଦ୍ର ମନ୍ତ୍ରୀ ନିଯୁକ୍ତି ପାଇଥିବା ସବୁ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ନବନିଯୁକ୍ତ ପ୍ରାର୍ଥୀମାନଙ୍କ ମଧ୍ୟରୁ ଆର୍ଥିକ ସେବା ବିଭାଗ ଓ ଭାରତୀୟ ଷ୍ଟେଟବ୍ୟାଙ୍କରେ 8 ଜଣ, ସିଆରପିଏଫରେ 202ଜଣ, ଏମ୍ସ ଏବଂ ସ୍ୱାସ୍ଥ୍ୟ ବିଭାଗରେ ଦୁଇ ଜଣ, ଇଏସଆଇସିରେ 9 ଜଣ, ଏଫସିଆଇରେ ଜଣେ, ଆଇଟିବିପିରେ 27 ଜଣ ଏବଂ ସୀମା ସୁରକ୍ଷା ବଳରେ 10 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିଛି।

ଏହି କାର୍ଯ୍ୟକ୍ରମରେ ଏସଏଲବିସି ଓଡ଼ିଶାର ଆବାହକ ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଗୌତମ ପାତ୍ର, ସିଆରପିଏଫ ଡିଆଇଜି ଭରତ ଭୂଷଣ ସେଠୀ, ଏମ୍ସ ଡିନ୍‌ (ଗବେଷଣା) ପ୍ରଫେସର ଡାକ୍ତର ସତ୍ୟଜିତ ମିଶ୍ର, ଇଏସଆଇସି ଓଡ଼ିଶା ଯୁଗ୍ମ ନିର୍ଦ୍ଦେଶକ ମହେନ୍ଦ୍ର ଭୋଇ, ଏଫସିଆଇ ଉପ ମହାପ୍ରବନ୍ଧକ ଅଙ୍କୁର ବତ୍ସ, ଆଇଟିବିପି 41 ବାଟାଲିୟନ କମାଣ୍ଡାଣ୍ଟା ନରେନ୍ଦ୍ର ସିଂ, ବିଏସଏଫ ଅଧିକାରୀ ସୁମନ କୁମାର ପ୍ରମୁଖଙ୍କ ସମେତ ବହୁ ସରକାରୀ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ନବନିଯୁକ୍ତ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

ଜୁଏଲ ଓରାମ ନିଯୁକ୍ତି ପତ୍ର ବଣ୍ଟନ ଭୁବନେଶ୍ୱର ରୋଜଗାର ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ବଡ ଶୁଭ ଖବର: ଜାଣନ୍ତୁ ଶନିବାର ରାଶିଫଳ

February 14, 2026

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026
Latest News

ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ବଡ ଶୁଭ ଖବର: ଜାଣନ୍ତୁ ଶନିବାର ରାଶିଫଳ

February 14, 2026

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.