ଭୁବନେଶ୍ଵର: ଦକ୍ଷିଣ ପୂର୍ବ ସର୍କଲର ରେଳ ସୁରକ୍ଷା କମିଶନର (CRS) ବ୍ରିଜେଶ କୁମାର ମିଶ୍ର, ୨୪ ଜାନୁଆରୀ ୨୦୨୬ ରେ ଲାଡ୍ଡା -ଜେମାଦେଇପେଣ୍ଠ ଷ୍ଟେସନ ମଧ୍ୟରେ ନବନିର୍ମିତ ତୃତୀୟ ଲାଇନର ଏକ ବିସ୍ତୃତ ବୈଧାନିକ ଯାଞ୍ଚ କରିଥିଲେ। ପୂର୍ବ ତଟ ରେଳପଥର ୱାଲଟେୟାର ମଣ୍ଡଳ ଅନ୍ତର୍ଗତ ୭ .୧୮୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଲାଇନ ଟିଟଲାଗଡ଼-ବିଜିଆନଗରମ୍ ତୃତୀୟ ଲାଇନ ପ୍ରକଳ୍ପର ଏକ ଅଂଶ।
ଏହି ସେକ୍ସନଟି ୬୦ କିଲୋଗ୍ରାମ ରେଳରେ ନିର୍ମିତ ଏବଂ ଏହି ସେକ୍ସନରେ ୨୫-ଟି ଆକ୍ସଲ୍ ଲୋଡ୍ ମାନଦଣ୍ଡ ଅନୁଯାୟୀ ନିର୍ମିତ ଏକ ପ୍ରମୁଖ ସେତୁ ରହିଛି। ବୈଧାନିକ ଯାଞ୍ଚ ସଫଳତାର ସହ ସମାପ୍ତ ହୋଇଛି, କୌଣସି ସମସ୍ୟା ବିନା ବେଗର ପରୀକ୍ଷଣ ସଫଳତାର ସହିତ ପାସ୍ କରିଛି , ଯାହା ଫଳରେ ଏହି ସେକ୍ସନଟି ପୂର୍ଣ୍ଣ କମିଶନିଂ ପାଇଁ ଅନୁମୋଦନ ମିଳିଛି।
ଏହି ମାଇଲଖୁଣ୍ଟ ନିର୍ମାଣ ସଂଗଠନର ସିଭିଲ୍ ଇଞ୍ଜିନିୟରିଂ, ରେଳ ବିକାଶ ନିଗମ ଲିମିଟେଡ୍, ସଂକେତ ଏବଂ ଦୂରସଂଚାର ଏବଂ ବିଦ୍ୟୁତ ବିଭାଗ ୱାଲଟେୟାର ମଣ୍ଡଳର ପରିଚାଳନା ଏବଂ ଟ୍ରାଫିକ୍ ବିଭାଗ ସହିତ ଘନିଷ୍ଠ ସମନ୍ୱୟର ସମର୍ପିତ ପ୍ରୟାସକୁ ପ୍ରତିଫଳିତ କରୁଛି, ଯାହା ଫଳରେ ଏହି ସଫଳତା ହାସଲ ହୋଇପାରିଛି।
ୱାଲ୍ଟେୟାର ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଏବଂ ନିର୍ମାଣ ସଂଗଠନ, ରେଳ ବିକାଶ ନିଗମ ଲିମିଟେଡ୍, ଇଞ୍ଜିନିୟରିଂ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ୱାଲ୍ଟେୟାର ମଣ୍ଡଳର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଯାଞ୍ଚରେ ଅଂଶଗ୍ରହଣ କରିଥିଲେ।


