କୋରାପୁଟ: ସାଧାରଣତନ୍ତ୍ର ଦିବସରେ ମାଛ, ମାଂସ, ଅଣ୍ଡା ସମେତ ଅନ୍ୟାନ୍ୟ ଆମିଷ ଦ୍ରବ୍ୟ ବିକ୍ରି ବନ୍ଦ ଲାଗି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନାକୁ ପ୍ରତ୍ୟାହାର କରାଯାଇଛି। ଏହି ପ୍ରତ୍ୟାହାର ଆଦେଶ ତତ୍କାଳ ପ୍ରଭାବ ସହିତ ଲାଗୁହେବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


