(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ମର୍ମନ୍ତୁଦ ଦୁର୍ଘଟଣାର ସମୁଖୀନ ହୋଇ କମଳା ଡାକୁଆ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଗାଙ୍ଗପୁର ଥାନା ଅଞ୍ଚଳର ମହିଳା ଜଣକ ନିଜ ଝିଅ ଘର ପୋଲସରା ଥାନା ଅନ୍ତର୍ଗତ ମଧୁପଲୀ ଯିବା ପାଇଁ ଆସ୍କା ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ କନକ ଦୁର୍ଗା ନାମକ ଏକ ଘରୋଇ ବସ୍ ଚକା ତଳେ ପଡି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବସ୍ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।


