Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ନାଟ୍ୟ ମେଳାରେ ଓଡ଼ିଆ କଳାକାର ଦମ୍ପତି ସମ୍ବର୍ଦ୍ଧିତ
ଆଜିର ଖବର

ବିଶ୍ବ ନାଟ୍ୟ ମେଳାରେ ଓଡ଼ିଆ କଳାକାର ଦମ୍ପତି ସମ୍ବର୍ଦ୍ଧିତ

January 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଶ୍ବ ନାଟ୍ୟ ମେଳାରେ ଓଡ଼ିଆ କଳାକାର ଦମ୍ପତି ସମ୍ବର୍ଦ୍ଧିତ
ବିଶ୍ବ ନାଟ୍ୟ ମେଳାରେ ଓଡ଼ିଆ କଳାକାର ଦମ୍ପତି ସମ୍ବର୍ଦ୍ଧିତ

ଭୁବନେଶ୍ଵର: କଟକ କଳାବିକାଶ କେନ୍ଦ୍ର ରଙ୍ଗମଞ୍ଚରେ ଥିଏଟର ମୁଭ୍ ମେଣ୍ଟ୍ ପକ୍ଷରୁ ଆୟୋଜିତ ୨୮ତମ ବିଶ୍ବ ନାଟ୍ୟ ମେଳାରେ ଚିଲିକା ଅଞ୍ଚଳ ର କଳାକାର ଦମ୍ପତି ପ୍ରମୋଦ କୁମାର ସ୍ଵାଇଁ ଓ ରଞ୍ଜୁଵାଳା ଚମ୍ପତିରାୟ ସମ୍ବର୍ଦ୍ଧିତ ହୋଇଛନ୍ତି। ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ ତାଙ୍କ ର ନିରବଚ୍ଛିନ୍ନ ନାଟ୍ୟ ନିର୍ଦ୍ଦୈଶନା ପାଇଁ ଲାଇଫ୍ ଆକ୍ଚିଭ୍ ମେଣ୍ଟ ଆଓ୍ଵାର୍ଡ ଲାଭ କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ତଥା ତାଙ୍କର ସହ ଧର୍ମିଣୀ ରଞ୍ଜୁଵାଳା ଚମ୍ପତିରାୟ ଙ୍କୁ କଳା ଭୂଷଣ ଉପାଧି ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଏହି କଳାକାର ଦମ୍ପତି ଚିଲିକା ବାଣପୁର ଅଞ୍ଚଳର ପ୍ରମୁଖ ନାଟ୍ୟାନୁଷ୍ଠାନ କଳିଙ୍ଗ କନ୍ୟା କଳା ପରିଷଦ ମାଧ୍ୟମରେ ଓଡ଼ିଆଗୀତିନାଟ୍ୟ ଧାରାକୁ ବଜାୟ ରଖି ପାରିଛନ୍ତି। ଚଳିତ ବର୍ଷ ପ୍ରମୋଦ କୁମାର ସ୍ଵାଇଁଙ୍କ ନିର୍ଦ୍ଦେଶିତ ଏଵଂ ନାଟ୍ୟକାର ଭିକାରୀ ଚରଣ ପ୍ରଧାନଙ୍କ ରଚିତ ଗୀତିନାଟ୍ୟ ଅହି ନନ୍ଦିନୀ ବିଶ୍ବ ନାଟ୍ୟ ମେଳାରେ
ପ୍ରଦର୍ଶିତ ହୋଇ ବେଶ ଉଚ୍ଚ ପ୍ରଶଂସିତ ହୋଇଥିଲା।

ପୂର୍ବରୁ ଏହି କଳାକାର ଦମ୍ପତି ମଧ୍ୟ ବହୁ ବାର ଜାତୀୟ ସ୍ତରରେ ସମ୍ମାନିତ ହୋଇ ଏ ଅଞ୍ଚଳର ଗୌରବ ବୃଦ୍ଧି କରି ପାରିଛନ୍ତି। ଚଳିତ ବିଶ୍ଵ ନାଟ୍ୟ ମେଳା ମଞ୍ଚରେ ଥିଏଟର ମୁଭ୍ ମେଣ୍ଟ୍ ର ସାଧାରଣ ସମ୍ପାଦକ ଗୋଲକ ବିହାରୀ ଦାସମହାପାତ୍ର, ଉପଦେଷ୍ଟା ପ୍ରାକ୍ତନ ନ୍ୟାୟ ମୂର୍ତ୍ତି ଜଷ୍ଟିସ ଏ ଏସ୍ ଏନ୍ ନାଇଡୁ, ରାଜ୍ୟ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ବିଶିଷ୍ଟ ନାଟ୍ୟକାର ଡ଼ଃ ନାରାୟଣ ସାହୁ ପ୍ରମୁଖ ନାଟ୍ୟ ସାଧନା ପାଇଁ ଏହି କଳାକାର ଦମ୍ପତିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ଓଡ଼ିଆ କଳାକାର ଦମ୍ପତି କଟକ କଳାବିକାଶ କେନ୍ଦ୍ର ରଙ୍ଗମଞ୍ଚ କଳିଙ୍ଗ କନ୍ୟା କଳା ପରିଷଦ ଥିଏଟର ମୁଭ୍ ମେଣ୍ଟ୍ ବିଶ୍ବ ନାଟ୍ୟ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Latest News

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.