ଭୁବନେଶ୍ଵର: କଟକ କଳାବିକାଶ କେନ୍ଦ୍ର ରଙ୍ଗମଞ୍ଚରେ ଥିଏଟର ମୁଭ୍ ମେଣ୍ଟ୍ ପକ୍ଷରୁ ଆୟୋଜିତ ୨୮ତମ ବିଶ୍ବ ନାଟ୍ୟ ମେଳାରେ ଚିଲିକା ଅଞ୍ଚଳ ର କଳାକାର ଦମ୍ପତି ପ୍ରମୋଦ କୁମାର ସ୍ଵାଇଁ ଓ ରଞ୍ଜୁଵାଳା ଚମ୍ପତିରାୟ ସମ୍ବର୍ଦ୍ଧିତ ହୋଇଛନ୍ତି। ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ ତାଙ୍କ ର ନିରବଚ୍ଛିନ୍ନ ନାଟ୍ୟ ନିର୍ଦ୍ଦୈଶନା ପାଇଁ ଲାଇଫ୍ ଆକ୍ଚିଭ୍ ମେଣ୍ଟ ଆଓ୍ଵାର୍ଡ ଲାଭ କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ତଥା ତାଙ୍କର ସହ ଧର୍ମିଣୀ ରଞ୍ଜୁଵାଳା ଚମ୍ପତିରାୟ ଙ୍କୁ କଳା ଭୂଷଣ ଉପାଧି ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଏହି କଳାକାର ଦମ୍ପତି ଚିଲିକା ବାଣପୁର ଅଞ୍ଚଳର ପ୍ରମୁଖ ନାଟ୍ୟାନୁଷ୍ଠାନ କଳିଙ୍ଗ କନ୍ୟା କଳା ପରିଷଦ ମାଧ୍ୟମରେ ଓଡ଼ିଆଗୀତିନାଟ୍ୟ ଧାରାକୁ ବଜାୟ ରଖି ପାରିଛନ୍ତି। ଚଳିତ ବର୍ଷ ପ୍ରମୋଦ କୁମାର ସ୍ଵାଇଁଙ୍କ ନିର୍ଦ୍ଦେଶିତ ଏଵଂ ନାଟ୍ୟକାର ଭିକାରୀ ଚରଣ ପ୍ରଧାନଙ୍କ ରଚିତ ଗୀତିନାଟ୍ୟ ଅହି ନନ୍ଦିନୀ ବିଶ୍ବ ନାଟ୍ୟ ମେଳାରେ
ପ୍ରଦର୍ଶିତ ହୋଇ ବେଶ ଉଚ୍ଚ ପ୍ରଶଂସିତ ହୋଇଥିଲା।
ପୂର୍ବରୁ ଏହି କଳାକାର ଦମ୍ପତି ମଧ୍ୟ ବହୁ ବାର ଜାତୀୟ ସ୍ତରରେ ସମ୍ମାନିତ ହୋଇ ଏ ଅଞ୍ଚଳର ଗୌରବ ବୃଦ୍ଧି କରି ପାରିଛନ୍ତି। ଚଳିତ ବିଶ୍ଵ ନାଟ୍ୟ ମେଳା ମଞ୍ଚରେ ଥିଏଟର ମୁଭ୍ ମେଣ୍ଟ୍ ର ସାଧାରଣ ସମ୍ପାଦକ ଗୋଲକ ବିହାରୀ ଦାସମହାପାତ୍ର, ଉପଦେଷ୍ଟା ପ୍ରାକ୍ତନ ନ୍ୟାୟ ମୂର୍ତ୍ତି ଜଷ୍ଟିସ ଏ ଏସ୍ ଏନ୍ ନାଇଡୁ, ରାଜ୍ୟ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ବିଶିଷ୍ଟ ନାଟ୍ୟକାର ଡ଼ଃ ନାରାୟଣ ସାହୁ ପ୍ରମୁଖ ନାଟ୍ୟ ସାଧନା ପାଇଁ ଏହି କଳାକାର ଦମ୍ପତିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି।


