(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ହିଞ୍ଜିଳି ସହର ମୁଖ୍ୟ ରାସ୍ତାରେ ଗୋଟିଏ ଟାଟା ଏସ୍ ମିନି ଟ୍ରକ ଧକ୍କାରେ ତ୍ରିଲୋଚନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପୁଅ ଗତକାଲି ବାହା ହୋଇଥିଲେ ଓ ଆଜି ସନ୍ଧ୍ୟାରେ ହିଞ୍ଜିଳି କଲ୍ୟାଣ ମଣ୍ଡପରେ ଭୋଜି କାର୍ଯ୍ୟକ୍ରମର ଆୟୋଜନ ଚାଲିଥିବା ମୃତ ତ୍ରିଲୋଚନ କଲ୍ୟାଣ ମଣ୍ଡପକୁ ଯିବା ବେଳେ ହଠାତ୍ ଉକ୍ତ ଗାଡି ତାଙ୍କ ଉପରେ ମାଡ଼ି ଯାଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି।
ଏହି ଦୁଃଖଦ ଘଟଣା ଯୋଗୁଁ ସାରା ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।


