ରାହୁଲଙ୍କ ମନ୍ତବ୍ୟ ଉପରେ ଡିଜିପିଙ୍କ ପ୍ରତିକ୍ରିୟା : ଜମ୍ମୁ କାଶ୍ମୀରରେ ଅବସ୍ଥା ସ୍ଥିର ରହିଥିବା ନେଇ ପୋଲିସ୍‌ର ସୂଚନା

Published: Aug 11, 2019, 12:29 pm IST

ଜମ୍ମୁ କାଶ୍ମୀରରେ ଅବସ୍ଥାର ସ୍ଥିର ରହିଥିବା ନେଇ ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । କାଶ୍ମୀରରେ ହିଂସାକାଣ୍ଡ ଚାଲିଛି ଏବଂ ପୋଲିସ୍‌ ପକ୍ଷରୁ ନିୟମିତ ଭାବରେ ସାଧାରଣ ଜନତାଙ୍କ ଉପରେ ଗୁଳିଚାଳନା କରାଯାଉଥିବା ନେଇ ରାହୁଲଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଜମ୍ମୁ କାଶ୍ମୀର ପୋଲିସ୍‌ । ଜମ୍ମୁ କାଶ୍ମୀର ପୋଲିସ୍‌ ଡିଜିପି ଦିଲବାଗ ସିଂ ଏକ ଟ୍ବିଟ୍‌ କରି ଏହା ସ୍ପଷ୍ଟ କରିଛନ୍ତି । ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ଜମ୍ମୁ କାଶ୍ମୀର ପୋଲିସ୍‌ ଏହି ସୂଚନା ପ୍ରଦାନ କରିବା ସହିତ ରାହୁଲ୍‌ଙ୍କ ଉକ୍ତିକୁ ଖଣ୍ଡନ କରିଛି । ଗାନ୍ଧୀଙ୍କ ମନ୍ତବ୍ୟର କିଛି ସମୟ ମଧ୍ୟରେ ଶ୍ରୀନଗର ପୋଲିସ୍‌ ପକ୍ଷରୁ ଏହି ଟ୍ବିଟ୍‌ କରାଯାଇଥିଲା । ସେହିପରି ଅନ୍ୟତମ ବରିଷ୍ଠ ପୋଲିସ୍‌ ଅଫିସର ବି ଭି ଆର ସୁବ୍ରମଣ୍ୟମ କହିଛନ୍ତି ଗୁଜବ ଉପରେ ଧ୍ୟାନ ନଦେଇ ସାଧାରଣ ଜନତା ନିଜର ଜୀବିକା ନିର୍ବାହ କରିବା ଉଚିତ୍‌ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ଜମ୍ମୁ କାଶ୍ମୀରର 5 ଜିଲ୍ଲାରୁ କର୍ଫ୍ୟୁ ଆଂଶିକ ଏବଂ ସମ୍ପୂର୍ଣ୍ଣ କୋହଳ କରାଯାଇଥିଲା ।

Related posts