Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଅଖିଳ କୁମାର ମିଶ୍ରଙ୍କ ସମ୍ବୋଧନ
ଆଜିର ଖବର

ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଅଖିଳ କୁମାର ମିଶ୍ରଙ୍କ ସମ୍ବୋଧନ

January 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଅଖିଳ କୁମାର ମିଶ୍ରଙ୍କ ସମ୍ବୋଧନ
ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଅଖିଳ କୁମାର ମିଶ୍ରଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଓଡ଼ିଶାର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଜି ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ପରିଦର୍ଶନ କରି ପ୍ରଶିକ୍ଷଣରତ ଓଡ଼ିଶା ସୂଚନା ସେବା (ଓଆଇଏସ) ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ‘ପରିବର୍ତ୍ତନଶୀଳ ସମୟରେ ସରକାରୀ ଯୋଗାଯୋଗ’ ଶୀର୍ଷକ ବିଷୟବସ୍ତୁ ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ଏକ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ।

ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ଡିଜିଟାଲ୍ ମିଡିଆ ଏବଂ ସୋସିଆଲ୍ ନେଟୱର୍କିଂ ପ୍ଲାଟଫର୍ମର ଦ୍ରୁତ ବିକାଶ ସରକାରୀ ଯୋଗାଯୋଗ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ସୂଚନା ପ୍ରସାରଣର ଏହି ଦ୍ରୁତ ଯୁଗରେ ଭ୍ରାନ୍ତ ସୂଚନା ବା ଗୁଜବର ମୁକାବିଲା କରି ସରକାରଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ସୂଚନା ଅଧିକାରୀମାନଙ୍କର ପ୍ରମୁଖ ଦାୟିତ୍ୱ। ସରକାରୀ ସୂଚନାକୁ ସମୟୋଚିତ, ସଠିକ୍ ଏବଂ ପାରଦର୍ଶୀ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ହେଉଛି ସୂଚନା ଅଧିକାରୀଙ୍କ ମୌଳିକ କର୍ତ୍ତବ୍ୟ। ସେ ଆହୁରି ମଧ୍ୟ କହିଥିଲେ ଯେ ଆଧୁନିକ ଯୋଗାଯୋଗ ଶୈଳୀ ସହ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆଞ୍ଚଳିକ ଭାଷା ଓ ବିଭିନ୍ନ ଡିଜିଟାଲ୍ ମାଧ୍ୟମର ସମନ୍ୱିତ ବ୍ୟବହାର ଅତ୍ୟନ୍ତ ଅପରିହାର୍ଯ୍ୟ। ସରକାରୀ ନୀତି ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ସୂଚନା ଅଧିକାରୀମାନେ ନିଜର ପେଶାଦାର ନୈତିକତା ବଜାୟ ରଖିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ୧୦ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୦୨୫ ବ୍ୟାଚ୍ର ମୋଟ ୧୯ ଜଣ ଓଡ଼ିଶା ସୂଚନା ସେବା ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ଗଣମାଧ୍ୟମ ବିଶେଷଜ୍ଞମାନେ ସରକାରୀ ଲୋକସମ୍ପର୍କ ଓ ଯୋଗାଯୋଗର ବିଭିନ୍ନ ଦିଗ ଉପରେ ଶିକ୍ଷା ପ୍ରଦାନ କରୁଛନ୍ତି।

ଅଖିଳ କୁମାର ମିଶ୍ର ଆଇଆଇଏମସି ଢେଙ୍କାନାଳ ଓଡ଼ିଶା ସୂଚନା ସେବା ଅଧିକାରୀ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ସୁରକ୍ଷା ଉପରେ ବିଶେଷ ଧ୍ୟାନ: ଜାଣନ୍ତୁ ଶ୍ରୀଲଙ୍କାର ଯୋଜନା

January 29, 2026

ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 29, 2026

ଆଇଆରଏଡିଇ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

January 29, 2026
Latest News

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026

ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଅଖିଳ କୁମାର ମିଶ୍ରଙ୍କ ସମ୍ବୋଧନ

January 29, 2026

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ସୁରକ୍ଷା ଉପରେ ବିଶେଷ ଧ୍ୟାନ: ଜାଣନ୍ତୁ ଶ୍ରୀଲଙ୍କାର ଯୋଜନା

January 29, 2026

ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 29, 2026

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ 2025-26: ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.