ଭୁବନେଶ୍ଵର: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଆଭାସୀ ମାଧ୍ୟମରେ ସାମିଲ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ କୃଷକ ଯୋଜନା ନିମନ୍ତେ ରହିଥିବା ଅର୍ଥରାଶିର ସମୀକ୍ଷା କରାଯାଇଥିଲା।
ରାଜ୍ୟରେ କୃଷକ ସଶକ୍ତି କରଣ, ଅର୍ଥରାଶିର ଉତ୍ତମ ବିନିଯୋଗ ଏବଂ କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସରକାର ବଦ୍ଧ ପରିକର ବୋଲି ବୈଠକରେ ଶ୍ରୀ ସିଂ ଦେଓ କହିଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ସରକାର ସହନଶୀଳ, ସମୃଦ୍ଧ ଓ କୃଷକ-କେନ୍ଦ୍ରିକ ଓଡ଼ିଶା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।


