ଭୁବନେଶ୍ଵର: ଆଜି ଭୁବନେଶ୍ଵରସ୍ଥିତ ରାଜ୍ୟ ସରକାରଙ୍କ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବାସ ଭବନରେ ଏକ ଅଭାବନୀୟ ଘଟଣା ଘଟିଛି। ମନ୍ତ୍ରୀଙ୍କ ସହାୟକଙ୍କ ଆଜି ମୃତ୍ୟୁ ଘଟିଛି। ମନ୍ତ୍ରୀଙ୍କ ସହାୟକଙ୍କ ଘର ବଲାଙ୍ଗୀରି ଜିଲ୍ଲା ବେଲପାହାଡ଼ର ବୋଲି କୁହାଯାଉଛି। ପରିବାର ସହିତ ମନ୍ତ୍ରୀଙ୍କ ବାସ ଭବନରେ ସେ ରହୁଥିଲେ। ଏନେଇ କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


