Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମୟଭିତ୍ତିକ ସାର ଯୋଗାଣ ପାଇଁ ରେଳବାଇ ତତ୍ପର: ଚାଷୀ ତଥା ଖାଦ୍ୟ ସୁରକ୍ଷାକୁ ସମର୍ଥନ  
ଆଜିର ଖବର

ସମୟଭିତ୍ତିକ ସାର ଯୋଗାଣ ପାଇଁ ରେଳବାଇ ତତ୍ପର: ଚାଷୀ ତଥା ଖାଦ୍ୟ ସୁରକ୍ଷାକୁ ସମର୍ଥନ  

January 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମୟଭିତ୍ତିକ ସାର ଯୋଗାଣ ପାଇଁ ରେଳବାଇ ତତ୍ପର: ଚାଷୀ ତଥା ଖାଦ୍ୟ ସୁରକ୍ଷାକୁ ସମର୍ଥନ  
ସମୟଭିତ୍ତିକ ସାର ଯୋଗାଣ ପାଇଁ ରେଳବାଇ ତତ୍ପର: ଚାଷୀ ତଥା ଖାଦ୍ୟ ସୁରକ୍ଷାକୁ ସମର୍ଥନ  

ନୂଆଦିଲ୍ଲୀ: ଚାଷୀମାନଙ୍କୁ ଆବଶ୍ୟକ ସମୟରେ ସାର ଉପଲବ୍ଧ କରାଇବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏହି ଲକ୍ଷ୍ୟରେ ସାର ବିଭାଗ ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖି ସାର ରେକ୍‌ଗୁଡ଼ିକର ଦ୍ରୁତ ଓ ନିରବଚ୍ଛିନ୍ନ ପରିବହନ ସୁନିଶ୍ଚିତ କରାଯାଇଛି, ଯାହା ଫଳରେ ରାଜ୍ୟଗୁଡ଼ିକୁ ସମୟୋଚିତ ଯୋଗାଣ ସମ୍ଭବ ହୋଇଛି। ଏହାର ପରିଣାମସ୍ୱରୂପ ଖରିଫ ୨୦୨୫ ଓ ବର୍ତ୍ତମାନ ଚାଲିଥିବା ରବି ଋତୁରେ ମଧ୍ୟ ଚାଷୀମାନେ ସାର ଅଭାବର ସମ୍ମୁଖୀନ ହୋଇନାହାଁନ୍ତି। ସାରା ଦେଶର ଚାଷୀମାନେ ଏହି ସମନ୍ୱିତ ପ୍ରୟାସକୁ ପ୍ରଶଂସା କରି, ସାରର ପର୍ଯ୍ୟାପ୍ତ ଓ ସମୟୋଚିତ ଉପଲବ୍ଧତା ସୁନିଶ୍ଚିତ ହୋଇଥିବା କଥା କହିଛନ୍ତି।

ସାର ବିଭାଗର ତଥ୍ୟ ଅନୁସାରେ, ଏହି ସମୟ ମଧ୍ୟରେ, ହାରାହାରି ରେକ୍ ଲୋଡିଂ ଜୁଲାଇ ୨୦୨୫ରେ ଦୈନିକ ୭୨ ରେକ୍‌କୁ ବୃଦ୍ଧି ପାଇଛି, ଅଗଷ୍ଟ ୨୦୨୫ରେ ଦୈନିକ ୭୮ ରେକ୍‌କୁ ବୃଦ୍ଧି ପାଇଛି ଏବଂ ସେପ୍ଟେମ୍ବର ୨୦୨୫ରେ ଦୈନିକ ୮୦ ରେକ୍‌ରେ ପହଞ୍ଚିଛି।

ଆର୍ଥିକ ବର୍ଷ ୨୦୨୫-୨୬ ମଧ୍ୟରେ, ଏପ୍ରିଲରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ, ସରକାର ସବୁ ରାଜ୍ୟରେ ସମସ୍ତ ପ୍ରମୁଖ ସାରର ପର୍ଯ୍ୟାପ୍ତ ଏବଂ ସୁବିଧାଜନକ ଉପଲବ୍ଧି ନିଶ୍ଚିତ କରିଛନ୍ତି। ୩୧୨.୪୦ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଆବଶ୍ୟକତାକୁ ଆଖିରେ ରଖି ସରକାରଙ୍କ ପକ୍ଷରୁ ୩୫୦.୪୫ ଲକ୍ଷ ମେଟ୍ରିକ୍ ଟନ୍ ଉପଲବ୍ଧ ନିଶ୍ଚିତ କରାଯାଇଛି।  ସେହିପରି ପି ଆଣ୍ଡ କେ ସାର (ଯଥା: ଡିଏପି, ଏମ୍‍ଓପି ଏବଂ ଏନ୍‍ପିକେଏସ୍‍)ର  ୨୫୨.୮୧ ଲକ୍ଷ ମେଟ୍ରିକ୍‍ ଟନ୍‍ ଆବଶ୍ୟକ ଥିବା ବେଳେ ୨୮୭.୬୯ ଲକ୍ଷଟନ ଉପଲବ୍‍ଧ କରାଯାଇପାରିଥିଲା। ଖାଲି ସେତିକି ନୁହେଁ ସବୁ ସମୟରେ ଏହି ସାର ଆକଳନ କରାଯାଇଥିବା ପରିମାଣଠାରୁ ଅଧିକ ରହିଛି ଏବଂ ଅବିରତ ଯୋଗାଣ ନିଶ୍ଚିତ କରାଯାଇଛି।  ଚାଷୀଙ୍କ ପାଖରେ ଶେଷ ମାଇଲ୍ ମହଜୁଦ ନିଶ୍ଚିତ କରିବା ପାଇଁ ରାଜ୍ୟଗୁଡ଼ିକ ମଧ୍ୟ ସମ୍ମିଳିତ ପଦକ୍ଷେପ ଗ୍ରହଣ କରିଛନ୍ତି।

ଏପ୍ରିଲରୁ ଡିସେମ୍ବର ମଧ୍ୟରେ ପ୍ରମୁଖ ସାରର ସମୁଦାୟ ଯୋଗାଣ (ଲକ୍ଷ ମେଟ୍ରିକ ଟନରେ)

ଏପ୍ରିଲରୁ ଡିସେମ୍ବର ୨୦୨୫ ମଧ୍ୟରେ ସାର ପରିବହନ ସର୍ବକାଳୀନ ଶୀଖରତା ଲାଭ କରିଛି। ଏହି ସମୟରେ ସମୁଦାୟ ଯୋଗାଣ ୫୩୦.୧୬ ଲକ୍ଷ ମେଟ୍ରିକ ଟନ୍ ଅତିକ୍ରମ କରିଛି ଏବଂ ପ୍ରଥମ ଥର ପାଇଁ ୫୦୦ ଲକ୍ଷ ମେଟ୍ରିକ ଟନ୍‌ର ସୀମା ପାର୍ କରିଛି । ୨୦୨୪-୨୫ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ୧୨.୨ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି ଏବଂ ଆର୍ଥିକ ବର୍ଷ ୨୦୨୩-୨୪ ର ପୂର୍ବ ରେକର୍ଡ ତୁଳନାରେ ୮.୫ ପ୍ରତିଶତ ଅଧିକ ଅଟେ ।

ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୟୁରିଆ ଏବଂ ପି ଆଣ୍ଡ କେ (P&K) ରେକ୍ ପରିବହନ

ୟୁରିଆ ରେକ୍ ପରିବହନ ୧୦,୮୪୧ ରେକ୍‌କୁ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ତୁଳନାରେ ୮ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି, ସେହିପରି ପି ଆଣ୍ଡ କେ ସାର କ୍ଷେତ୍ରରେ ୮,୮୦୬ ରେକ୍ ପରିବହନ ରେକର୍ଡ କରାଯାଇଛି, ଯାହା ୧୮ ପ୍ରତିଶତ ଅଭିବୃଦ୍ଧିକୁ ଚିହ୍ନିତ କରୁଛି। ରେଳ ମନ୍ତ୍ରଣାଳୟ, ବନ୍ଦର, ରାଜ୍ୟ ସରକାର ଏବଂ ସାର କମ୍ପାନୀଗୁଡିକ ସହିତ ଉନ୍ନତ ସମନ୍ୱୟ କୃଷିର ସର୍ବାଧିକ ବ୍ୟସ୍ତବହୁଳ ଋତୁରେ ରାଜ୍ୟଗୁଡ଼ିକୁ ନିରବଚ୍ଛିନ୍ନ ଏବଂ ସମୟୋଚିତ ଯୋଗାଣ ନିଶ୍ଚିତ କରିଛି।

ମାସିକ ହାରାହାରି ସାର ରେକ୍

ଜୁଲାଇରୁ ଜାନୁୟାରୀ (୧୩ ଜାନୁୟାରୀ)  ମଧ୍ୟରେ ଏକ ମାସିକ ତୁଳନାତ୍ମକ ବିବରଣୀ ଗତ ବର୍ଷର ସମାନ ଅବଧି ତୁଳନାରେ ଏକ ନିରନ୍ତର ବୃଦ୍ଧିକୁ ଦର୍ଶାଉଛି।

ସାର ପରିବହନ କ୍ଷେତ୍ରରେ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ସରକାରଙ୍କ ସୁଦୃଢ଼ ଯୋଜନା, ବାସ୍ତବ ସମୟରେ ସମନ୍ୱୟ, ପ୍ରତିବନ୍ଧକଗୁଡ଼ିକର ସକ୍ରିୟ ସମାଧାନ ଏବଂ ରାଜ୍ୟ ତଥା ଜାତୀୟ ସ୍ତରରେ କେନ୍ଦ୍ରୀଭୂତ ଅନୁଧ୍ୟାନକୁ ପ୍ରତିଫଳିତ କରୁଛି।

ଖରିଫ ଏବଂ ରବି ରସାୟନ ଓ ସାର ମନ୍ତ୍ରଣାଳୟ ସମୟଭିତ୍ତିକ ସାର ଯୋଗାଣ ସାର ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଏମ.କେ.ସି.ଜି. ମେଡିକାଲ କଲେଜରେ ୧୦୦ଟି ସ୍ନାୟୁଶଲ୍ୟ ସଫଳ ଅସ୍ତ୍ରୋପଚାର

January 31, 2026

ଇଣ୍ଡିଆ ଏଆଇ ଇମ୍ଫାକ୍ଟ ଶିଖର ସମ୍ମିଳନୀକୁ ବିଶ୍ୱବ୍ୟାପୀ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି: କେନ୍ଦ୍ର ମନ୍ତ୍ରୀ

January 31, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ଼ – ସମ୍ବଲପୁର ରେଳ ସେକ୍ସନ ନୀରିକ୍ଷଣ

January 31, 2026

ଆସାମ ବିଧାନସଭା ନୂତନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

January 31, 2026
Latest News

ସମୟଭିତ୍ତିକ ସାର ଯୋଗାଣ ପାଇଁ ରେଳବାଇ ତତ୍ପର: ଚାଷୀ ତଥା ଖାଦ୍ୟ ସୁରକ୍ଷାକୁ ସମର୍ଥନ  

January 31, 2026

ଏମ.କେ.ସି.ଜି. ମେଡିକାଲ କଲେଜରେ ୧୦୦ଟି ସ୍ନାୟୁଶଲ୍ୟ ସଫଳ ଅସ୍ତ୍ରୋପଚାର

January 31, 2026

ଇଣ୍ଡିଆ ଏଆଇ ଇମ୍ଫାକ୍ଟ ଶିଖର ସମ୍ମିଳନୀକୁ ବିଶ୍ୱବ୍ୟାପୀ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି: କେନ୍ଦ୍ର ମନ୍ତ୍ରୀ

January 31, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ଼ – ସମ୍ବଲପୁର ରେଳ ସେକ୍ସନ ନୀରିକ୍ଷଣ

January 31, 2026

ଆସାମ ବିଧାନସଭା ନୂତନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.