ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପୁନର୍ବାର ରାଜ୍ୟସଭା ଯିବା ସ୍ପଷ୍ଟ ହୋଇଛି । ଚଳିତ ଜୁନ୍ରେ ସିଂଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଆସନ୍ତା 13 ତାରିଖରେ ସେ ପୁନର୍ବାର ନାମାଙ୍କନ ଦାଖଲ କରିବା ସ୍ପଷ୍ଟ ହୋଇଛି । ପ୍ରାପ୍ତ ସୂଚନା ମୁତାବକ ସିଂ ରାଜସ୍ଥାନରୁ ସଂସଦକୁ ଯିବେ । ବିଜେପି ରାଜ୍ୟସଭା ସାଂସଦ ମଦନ ଲାଲ ସାଇନିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । ଜୁନ୍ 24ରେ ସାଇନିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । 1991ରୁ 2019 ମଧ୍ୟରେ ଆସାମରୁ 5 ଥର ସାଂସଦ ରହିଥିବା ସିଂ ଶେଷରେ ରାଜସ୍ଥାନରୁ ରାଜ୍ୟସଭାକୁ ମନୋନୀତ ହେବାକୁ ଯାଉଛନ୍ତି । ଅଗଷ୍ଟ 7ରେ ନିର୍ବାଚନ ବିଜ୍ଞପ୍ତି ବାହାରିଥିବା ବେଳେ ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ 14 ରହିଛି । 26 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ସହିତ ସମାନ ଦିନ ଫଳାଫଳ ପ୍ରକାଶ ପାଇବ ।
Tags: