ବ୍ରହ୍ମପୁର: ବ୍ରହ୍ମପୁର ଏମ.କେ.ସି.ଜି. ମେଡିକାଲ କଲେଜର ସ୍ନାୟୁଶଲ୍ୟ ଚିକିତ୍ସା ବିଭାଗ ଦ୍ୱାରା ମୋଟ ୧୦୦ଟି ସଫଳ ଅସ୍ତ୍ରୋପଚାର ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ କହିଛନ୍ତି। ଏମ.କେ.ସି.ଜିର ଏହି ଅଭୂତପୂର୍ବ ସଫଳତା ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏଥିପାଇଁ ବିଭାଗୀୟ ମୁଖ୍ୟ ଡାକ୍ତର ରବି ନାରାୟଣ ପଣ୍ଡା ଏବଂ ତାଙ୍କ ଟିମ୍ କୁ ସେ ଅଭିନନ୍ଦନ ଜଣାଇଛନ୍ତି।


