ଭୁବନେଶ୍ଵର: ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ୟରେ ଏକ ନୂଆ ସମବାୟ ନୀତି କାର୍ଯ୍ୟକାରୀ ହେବ। ଏଥିପାଇଁ ରାଜ୍ୟ ସମବାୟ ନୀତି-2026କୁ କ୍ୟାବିନେଟ୍ ଅନୁମୋଦନ କରିଛି। ସମବାୟ କ୍ଷେତ୍ରକୁ ଜୀବନ୍ତ, ପ୍ରଯୁକ୍ତିବିଦ୍ୟା ଆଧାରିତ, ଦକ୍ଷ ଏବଂ ସଦସ୍ୟ କୈନ୍ଦ୍ରିକ ପରିସଂସ୍ଥାରେ ପରିଣତ କରିବା ଦିଗରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମବାୟରୁ ସମୃଦ୍ଧି ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଜାତୀୟ ସମବାୟ ନୀତି-2025 ପ୍ରଣୟନ କରାଯାଇଥିଲା। ନିଜ ନିଜ ସ୍ତରରେ ଏଭଳି ନିର୍ଦ୍ଦିଷ୍ଟ ସମବାୟ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ସମବାୟ ନୀତିରେ ଏଭଳି ସଂଶୋଧନ କରିଛନ୍ତି।


