ଖୋର୍ଦ୍ଧା: ଆଜି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ପ୍ରମୁଖ ଯୋଗଦେଇଥିଲେ।
ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ କହିଲେ ଯେ, ଜନ ଶୁଣାଣି କାର୍ଯ୍ୟକ୍ରମ ସୁଶାସନ ବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ, ଏଣୁ ପ୍ରତ୍ୟେକ ଅଧିକାରୀ ନିଜ କାର୍ଯ୍ୟାଳୟ ଅଧୀନ କୌଣସି ଅଭିଯୋଗର ସମାଧାନ କୁ ସ୍ଥଗିତ ନ ରଖିବାକୁ ନିର୍ଦେଶ ଦେଇଥିଲେ। ସମସ୍ତ ଅଭିଯୋଗ ଗୁଡ଼ିକୁ ସରକାର ଏବଂ ଜିଲ୍ଲା ପ୍ରଶାସନ ନିୟମାନୁସାରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ରେ ମୋଟ ୯୦ ଗୋଟି ଅଭିଯୋଗ ଆସିଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୭୭ ଗୋଟି ଏବଂ ଗ୍ରାମୀଣ ସମସ୍ୟା ଜନିତ ୧୩ ଗୋଟି ଅଭିଯୋଗ ଆସିଥିଲା।
ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତତ୍କାଳ ୦୫ ଗୋଟି ଅଭିଯୋଗ ର ସମାଧାନ କରିଥିବାବେଳେ ଅନ୍ୟ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଯଥାଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟାଙ୍ଗୀ ବ୍ଲକର ଓରାଡୋ ଗ୍ରାମ ପଂଚାୟତ ର ଗଙ୍ଗାଧର ମୁଦୁଲି ଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ।
ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ ଭୁବନେଶ୍ଵରୀ କଅଁର, ସମସ୍ତ ବି ଡି ଓ, ତହସିଲଦାର ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗଦେଇଥିଲେ।


