Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ
ଆଜିର ଖବର

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ 'ବ୍ୟକ୍ତିଗତ ନିବେଶ ପରାମର୍ଶ' ଶୁଭାରମ୍ଭ
ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ 'ବ୍ୟକ୍ତିଗତ ନିବେଶ ପରାମର୍ଶ' ଶୁଭାରମ୍ଭ

ମୁମ୍ବାଇ: ଜିଓବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ଭାରତରେ ‘ଜିଓବ୍ଲାକରକ୍ ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ କରିଛି। ଏହା ଏକ ଡିଜିଟାଲ୍ ନିବେଶ ପରାମର୍ଶଦାତା ପ୍ଲାଟଫର୍ମ। କମ୍ପାନୀ ଭାରତୀୟମାନଙ୍କୁ କେବଳ ସଞ୍ଚୟକାରୀ ନୁହେଁ, ସ୍ମାର୍ଟ ନିବେଶକ ହେବା ପାଇଁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଜିଓବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଜିଓ ଫାଇନାନସିଆଲ ସର୍ଭିସେସ ଏବଂ ବ୍ଲାକରକ ମଧ୍ୟରେ ଏକ ୫୦:୫୦ ଅନୁପାତର ମିଳିତ ଉଦ୍ୟୋଗ।

ଏହି ଅବସରରେ, ଜିଓ ଫାଇନାନସିଆଲ ସର୍ଭିସେସର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍‌. ଅମ୍ବାନୀ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟଙ୍କ ଆର୍ôଥକ ମଜଭୁତି ଦେଶକୁ “ବିକଶିତ ଭାରତ ୨୦୪୭” ଆଡକୁ ନେବା ପାଇଁ ଅତ୍ୟାବଶ୍ୟକ। ଜିଓବ୍ଲାକରକ୍ ଭାରତକୁ ସଞ୍ଚୟକାରୀଙ୍କ ଦେଶରୁ ଆତ୍ମବିଶ୍ୱାସ ଭରା ନିବେଶକଙ୍କ ଦେଶରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ସେ କହିଛନ୍ତି ଯେ ଜିଓର ବ୍ୟାପକ ଡିଜିଟାଲ୍ ଉପସ୍ଥିତି ଏବଂ ବ୍ଲାକରକର ବିଶ୍ୱସ୍ତରୀୟ ନିବେଶ ଅଭିଜ୍ଞତା ଜରିଆରେ ଜନସାଧାରଣଙ୍କ ପାଇଁ ବିଶ୍ୱସ୍ତରୀୟ ନିବେଶ ପରାମର୍ଶ ଉପଲବ୍ଧ ହେବ।

ନୂତନ ଡିଜିଟାଲ୍ ପରାମର୍ଶ ସେବା ଅଧୀନରେ, ନିବେଶକମାନେ ମାତ୍ର ୧୦,୦୦୦ ଟଙ୍କା ସହିତ ନିବେଶ ଆରମ୍ଭ କରିପାରିବେ। ନିବେଶକମାନଙ୍କୁ ସେମାନଙ୍କର ଲକ୍ଷ୍ୟ ଏବଂ ରିସ୍କ କ୍ଷମତା ଉପରେ ଆଧାରିତ ଏକ ବ୍ୟକ୍ତିଗତ ନିବେଶ ପ୍ଲାନ ପ୍ରଦାନ କରାଯିବ, ଯାହାର ନିରୀକ୍ଷଣ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କରାଯିବ। ଯାହାଦ୍ୱାରା ବଜାରର ସ୍ଥିତି ଉପରେ ଅନୁଯାୟୀ ସମୟ ସମୟରେ ପୁନଃସନ୍ତୁଳନ ବା ରି-ବାଲାନ୍ସିଙ୍ଗ ପରାମର୍ଶ ପ୍ରଦାନ କରିବ।

ଏହି ସେବାର ମୂଲ୍ୟ ମଧ୍ୟ ସାଧାରଣ ନିବେଶକଙ୍କୁ ଦୃଷ୍ଟିରେ ରଖି ସ୍ଥିର କରାଯାଇଛି । ବାର୍ଷିକ ଶୁଳ୍କ ୩୫୦ ଟଙ୍କା ରଖାଯାଇଥିବା ବେଳେ ୧ ଲକ୍ଷ ଟଙ୍କାରୁ ଅଧିକ ଆସେଟ୍ସ ଅଣ୍ଡର ଆଡ଼ଭାଇଜରୀ (ଏୟୁଏ) ଉପରେ ବାର୍ଷିକ ୦.୩୫ ପ୍ରତିଶତ ଶୁଳ୍କ ଲାଗିବ। ଏହି ସେବା ପ୍ରଥମ ତିନି ମାସ ପାଇଁ ମାଗଣା ପ୍ରଦାନ କରାଯିବ। ଏବେ ପର୍ଯ୍ୟନ୍ତ, ବ୍ୟକ୍ତିଗତ ନିବେଶ ପରାମର୍ଶ କେବଳ ଉଚ୍ଚ ନେଟୱର୍ଥ ନିବେଶକଙ୍କ ପର୍ଯ୍ୟନ୍ତ ସୀମିତ ରହିଆସିଛି, କାରଣ ଏଥିରେ ଉଚ୍ଚ ନିବେଶ ଓ ରିଲେସନସିପି ମ୍ୟାନେଜର ଆଧାରିତ ମଡେଲ ସାମିଲ ରହିଥିଲା। ଏହି ସେବା ବର୍ତ୍ତମାନ ଜିଓ ଫାଇନାନ୍ସ ଆପରେ ଉପଲବ୍ଧ ରହିଛି ଏବଂ ଖୁବ୍ ଶୀଘ୍ର ମାଇଁ ଜିଓ ଆପରେ ମଧ୍ୟ ଶୁଭାରମ୍ଭ କରାଯିବ।

ବ୍ଲାକରକ୍ ସିଓଓ ରବ୍ ଗୋଲ୍ଡଷ୍ଟିନ୍ ଏହାକୁ ଭାରତରେ ନିବେଶ ପରାମର୍ଶ ପାଇଁ ଏକ ନୂତନ ମାନଦଣ୍ଡ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ଆଲାଦିନର ସଂସ୍ଥାଗତ-ଗୁଣବତ୍ତା ବିଶିଷ୍ଟ ରିସ୍କ ବିଶ୍ଳେଷଣ ଏବଂ ଜିଓର ବ୍ୟାପକ ଡିଜିଟାଲ ଉପଲବ୍ଧତା ଜରିଆରେ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ ବ୍ୟକ୍ତିଗତ ନିବେଶ ପରାମର୍ଶ ପହଞ୍ଚିବ। ଜିଓବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସର ସିଇଓ ମାର୍କ ପିଲଗ୍ରିମ୍ କହିଛନ୍ତି ଯେ ଭାରତ ଆର୍ôଥକ ଅନ୍ତର୍ଭୁକ୍ତିକରଣରେ ବହୁତ ବଡ଼ ପ୍ରଗତି କରିଛି ଏବଂ ପରବର୍ତ୍ତୀ ପଦକ୍ଷେପ ହେଉଛି ସମ୍ପତ୍ତି ଅନ୍ତର୍ଭୁକ୍ତିକରଣ।

ଜିଓ ଫାଇନାନ୍ସ ଆପ ବ୍ୟକ୍ତିଗତ ନିବେଶ ପରାମର୍ଶ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.