Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ମନ୍ତ୍ରୀ
ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ବନ୍ଦେ ଭାରତ ସ୍ଲିପର ପାଇଁ ନୂତନ ରୋଲିଂ ଷ୍ଟକର ବିକାଶ ପ୍ରକ୍ରିୟାରେ ବୈଷୟିକ ନବସୃଜନ, ରଣନୈତିକ ଯୋଜନା ଓ ଉତ୍ପାଦନ-ଏ ତିନୋଟିକୁ ଏକ ସାମଗ୍ରିକ ଆଭିମୁଖ୍ୟରେ ସମନ୍ୱୟ କରାଯିବା ଆବଶ୍ୟକ, ଯାହା ଯାତ୍ରୀମାନଙ୍କୁ ନିରାପଦ, ବିଶ୍ୱସନୀୟ ଓ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବ। ଏହି ପ୍ରକ୍ରିୟାରେ ମୂଳ ଢାଞ୍ଚାର ବିକାଶ, ବ୍ୟାପକ ପରୀକ୍ଷଣ ଏବଂ ସଫଳ ପରୀକ୍ଷଣ ପରେ ସିରିଜ୍ ଉତ୍ପାଦନକୁ ଅନ୍ତର୍ଭୁକ୍ତ କରାଯାଇଛି।

ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଉତ୍ପାଦନ କାର୍ଯ୍ୟକ୍ରମ ଚେନ୍ନାଇର ବିଇଏମଏଲ ଏବଂ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି ଏବଂ ଟେକ୍ନୋଲୋଜି ଅଂଶୀଦାରମାନଙ୍କ ଦ୍ୱାରା ମୂଳ ଢାଞ୍ଚାର ବିକାଶ, ପରୀକ୍ଷଣ ଏବଂ ସିରିଜ୍ ଉତ୍ପାଦନ ମାଧ୍ୟମରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେଉଛି।

ଚାହିଦା ଏବଂ ପରିଚାଳନା ପ୍ରସ୍ତୁତି ଆଧାରରେ ପର୍ଯ୍ୟାୟକ୍ରମେ ନିୟମିତ ଯାତ୍ରୀ ସେବାରେ ଏହି ଟ୍ରେନ୍ ସେଟଗୁଡ଼ିକୁ ସାମିଲ କରାଯିବ। ଉତ୍ପାଦନ ପାଇଁ ମୋଟ ୨୬୦ଟି ରେକ୍ ବିଶିଷ୍ଟ ବନ୍ଦେ ଭାରତ ସ୍ଲିପର ଟ୍ରେନ ସେଟର ଯୋଜନା କରାଯାଇଛି।

ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ନିରାପଦ ଓ ଆରାମଦାୟକ ଯାତ୍ରା ଦୃଷ୍ଟିରୁ ନୂତନ ମାନଦଣ୍ଡ ସ୍ଥାପନ କରିବା ପାଇଁ, ଏହି ଟ୍ରେନ୍ ସେଟଗୁଡ଼ିକରେ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ଏବଂ ଯାତ୍ରୀ ସୁବିଧା ସହିତ ଆଧୁନିକ କୋଚ୍ ପ୍ରଦାନ କରାଯାଇଛି ଯେପରିକି:

● ଝଟକା-ମୁକ୍ତ ଅର୍ଦ୍ଧ ସ୍ଥାୟୀ କପ୍ଲର୍ ଏବଂ ଆଣ୍ଟି କ୍ଲାଇମ୍ବର୍
● କବଚ ସହିତ ସଜ୍ଜିତ
● ଘଣ୍ଟାପ୍ରତି ୧୮୦/୧୬୦ କିଲୋମିଟର ର ବେଗ ପାଇଁ ଡିଜାଇନ୍/ପରିଚାଳନା ସହିତ ଉଚ୍ଚ ଆକ୍ସିଲିରେସନ
● ଇ. ଏନ୍. ମାନ ଅନୁପାଳନ କରୁଥିବା କାର ବଡିର କ୍ରାସୱାର୍ଦି ଡିଜାଇନ୍
● ଅଗ୍ନି ନିରାପତ୍ତା ମାନର ଅନୁପାଳନ ପାଇଁ ପ୍ରତ୍ୟେକ କୋଚର ଶେଷରେ ଅଗ୍ନି ପ୍ରସ୍ଥାନ ଦ୍ୱାର ରହିଛି
● ଉନ୍ନତ ଅଗ୍ନି ନିରାପତ୍ତା-ବୈଦ୍ୟୁତିକ କ୍ୟାବିନେଟ୍ ଏବଂ ଶୌଚାଳୟରେ ଏରୋସୋଲ୍ ଆଧାରିତ ଅଗ୍ନି ଚିହ୍ନଟ ଏବଂ ପ୍ରଶମନ ବ୍ୟବସ୍ଥା।
● ଶକ୍ତି ସଂରକ୍ଷଣ ପାଇଁ ରିଜେନରେଟିଭ୍ ବ୍ରେକିଂ ସିଷ୍ଟମ୍।
● ଯାତ୍ରୀ ଅଞ୍ଚଳ ଭିତରେ ସ୍ୱଚ୍ଛତାର ମାନରେ ଉନ୍ନତି ଆଣିବା ପାଇଁ ବାୟୁରୁ ୯୯% କ୍ଷତିକାରକ ଜୀବାଣକୁ ନିଷ୍କ୍ରିୟ କରିବା ପାଇଁ ସ୍ୱଦେଶୀ ଭାବରେ ବିକଶିତ ୟୁଭି-ସି ଲ୍ୟାମ୍ପ-ଆଧାରିତ ଜୀବାଣୁନାଶକ ପ୍ରଣାଳୀ ସହିତ ଶୀତତାପ ନିୟନ୍ତ୍ରିତ ୟୁନିଟ୍ ପ୍ରଦାନ କରାଯାଇଛି।
● କେନ୍ଦ୍ରୀୟ ନିୟନ୍ତ୍ରିତ ସ୍ୱୟଂଚାଳିତ ପ୍ଲଗ୍ ଡୋର୍ ଏବଂ ସମ୍ପୂର୍ଣ୍ଣ ସିଲ୍ ହୋଇଥିବା ବ୍ୟାପକ ଗ୍ୟାଙ୍ଗୱେ।
● ସମସ୍ତ କୋଚରେ ସିସିଟିଭି ବ୍ୟବସ୍ଥା
● ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀ ଏବଂ ଟ୍ରେନ୍ ମ୍ୟାନେଜର୍/ଲୋକୋ ପାଇଲଟଙ୍କ ମଧ୍ୟରେ ଯୋଗାଯୋଗ ପାଇଁ ଜରୁରୀକାଳୀନ ଟକ୍-ବ୍ୟାକ୍ ୟୁନିଟ୍।
● ଦିବ୍ୟାଙ୍ଗଜନ ଯାତ୍ରୀମାନଙ୍କ ପାଇଁ, ପ୍ରତ୍ୟେକ ପାର୍ଶ୍ୱରେ ଡ୍ରାଇଭିଂ କୋଚରେ ସ୍ୱତନ୍ତ୍ର ଶୌଚାଳୟ ରହିଛି।
● ଏୟାର କଣ୍ଡିସନିଂ, ସେଲୁନ୍ ଲାଇଟିଂ ଆଦି ଭଳି ଯାତ୍ରୀ ସୁବିଧାର ଉନ୍ନତ ଅବସ୍ଥା ତଦାରଖ ପାଇଁ କେନ୍ଦ୍ରୀୟ କୋଚ୍ ମନିଟରିଂ ସିଷ୍ଟମ୍
● ଉପର ବର୍ଥକୁ ଚଢିବାକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ସିଡି

କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି।

ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ଲୋକସଭା ସ୍ଲିପର ଟ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.