Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ କୋହଲି – ଭୁବନେଶ୍ବର ଦେଲେ ବିଜୟ : ଭାରତ 1-0ରେ ଆଗୁଆ
ଆଜିର ଖବର

ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ କୋହଲି – ଭୁବନେଶ୍ବର ଦେଲେ ବିଜୟ : ଭାରତ 1-0ରେ ଆଗୁଆ

August 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ 59 ରନରେ ଜିତିଛି । ଅଧିନାୟକ ବିରାଟ କୋହଲି ଏବଂ ଭୁବନେଶ୍ବର କୁମାର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କୁଇନ୍ସ ପାର୍କ ଓଭାଲରେ ଅନୁଷ୍ଠିତ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ 280 ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ 120 ଏବଂ ଶ୍ରେୟସ୍‌ ଆୟାରଙ୍କ 71 ରନ୍‌ ବଳରେ 279 ରନ୍‌ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା(18), କେଦାର ଯାଦବ(16) ଏବଂ ରବୀନ୍ଦ୍ର ଜାଡେଜା(16) ରନ୍‌ ସଂଗ୍ରହ କରିଥିଲେ । ବର୍ଷା ଯୋଗୁଁ ଦ୍ୱିତୀୟ ଇନିଂସକୁ 46 ଓଭର କରି ଦିଆଯାଇଥିଲା ଏବଂ ୱିଣ୍ଡିଜକୁ 270 ରନ୍‌ର ଲକ୍ଷ୍ୟ ଦିଆଯାଇଥିଲା । ଓ୍ବିଣ୍ଡିଜ୍‌ 42 ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର 210 ରନ କରିଥିଲା । ଏହା ସହିତ ଭାରତ ସିରିଜ୍‌ରେ 1-0ର ଅଗ୍ରଣୀ ହାସଲ କରିଛି । ଭାରତ ପକ୍ଷରୁ ଭୁବନେଶ୍ବର କୁମାର 4ଟି ଓ୍ବିକେଟ ଅକ୍ତିଆର କରିଥିଲେ । କୁଲ୍‌ଦୀପ୍‌ ଯାଦବ ଏବଂ ମହମ୍ମଦ ସାମି ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଖଲିଲ୍‌ ଅହମ୍ମଦ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026

୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ: ଇଂଲଣ୍ଡ ବିରୋଧରେ ବିଶାଳ ସ୍କୋର ଛିଡ଼ା କଲା ଭାରତ

March 5, 2026

ଇଂଲଣ୍ଡକୁ ପରାସ୍ତ କରିବା ପାଇଁ ଭାରତକୁ କେତେ ରନ ଆବଶ୍ୟକ?: ଦେଖନ୍ତୁ ପରିସଂଖ୍ୟାନ

March 5, 2026

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ

March 5, 2026
Latest News

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫା

March 5, 2026

୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ: ଇଂଲଣ୍ଡ ବିରୋଧରେ ବିଶାଳ ସ୍କୋର ଛିଡ଼ା କଲା ଭାରତ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.