Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନ
ଆଜିର ଖବର

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନ

February 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନ
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥିକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ପାଳନ କରିଆସୁଛି। ଏହି କ୍ରମରେ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ଫେବୃଆରୀ ୦୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରାଯାଉଛି। ଏହା ଏହି ଅଭିଯାନର ଏକାଦଶ ସଂସ୍କରଣ।

ଏହି ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହର ବିଷୟବସ୍ତୁ ହେଉଛି “KYC – ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡ଼କୁ ପ୍ରଥମ ପଦକ୍ଷେପ”। ଉପ ବିଷୟବସ୍ତୁ ଭାବେ “ତୁମର ଗ୍ରାହକଙ୍କୁ ଜାଣିବାର ମୌଳିକ ବିଷୟ (KYC)”, “କେନ୍ଦ୍ରୀୟ KYC ରେଜିଷ୍ଟ୍ରି (CKYC)” ଏବଂ “ଆକାଉଣ୍ଟ ସ୍ୱଚ୍ଛତା ଓ ଶୃଙ୍ଖଳା” ଉପରେ ଗୁରୁତ୍ୱ ଦିଆଯାଇଛି।

ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନୀ ଉତ୍ସବ ଆରବିଆଇ, ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆରବିଆଇ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଓ ବ୍ୟାଙ୍କ ଜମା ଖାତାରେ KYC ଅପଡେଟ୍ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାସହ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ବିନୋଦ କୁମାର ଆର୍ୟା ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ବ୍ୟାଙ୍କିଂ ଅମ୍ବଡସମ୍ୟାନ, ଡିଆଇଏଫ, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ନାବାର୍ଡ, ସିଡବି, ଏନଏଚବି ସହ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେଥିସହ ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ଚାଷୀ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକ ଭଳି ବିଭିନ୍ନ ଲକ୍ଷ୍ୟ ଗୋଷ୍ଠୀର ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଆରବିଆଇ, ଭୁବନେଶ୍ୱରର କର୍ମଚାରୀମାନଙ୍କ ଦ୍ୱାରା ଆର୍ଥିକ ସାକ୍ଷରତା ଉପରେ ଏକ ସଚେତନତାମୂଳକ ନୁକ୍କଡ଼ ନାଟକ ପରିବେଷଣ କରାଯାଇଥିଲା।

ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ଭାରତୀୟ ରିଜର୍ଭ ବ୍ୟାଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026
Latest News

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.