ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଆଜି ଶିବାଳୟ ଗୁଡ଼ିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ସୋମବାର ଶିବାଳୟ ଗୁଡ଼ିକରେ ସାଧାରଣ ଭକ୍ତଙ୍କ ସମେତ କାଉଡିଆଙ୍କ ଗହଳି ଲାଗିଛି। ଶିବଙ୍କୁ ଜଳାଭିଷେକ କରିବା ପରେ ଭକ୍ତ ଜଳ ଧାରଣ କରିବେ। ଶ୍ରାବଣ ମାସର ସୋମବାରରେ ଭଗବାନ ଶିବଙ୍କ ପୂଜା କଲେ ଅନେକ ଲାଭ ମିଳିଥାଏ ଏବଂ ଧନ ଓ ସନ୍ତାନ ଲାଭ ହୋଇଥାଏ। ଏଥି ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ ମନେ କରାଯାଇଥାଏ। ତେଣୁ ଶ୍ରାବଣର ସୋମବାରରେ ଶିବଙ୍କୁ ଜଳାଭିଷେକ କରିବାକୁ ଭକ୍ତ ନ ଭୁଲିବା ଦରକାର। ଶ୍ରାବଣର ଶେଷ ସୋମବାର ଅନ୍ୟତମ ବିଶେଷତ୍ୱ ହେଉଛି ପ୍ରଦେଶ ବ୍ରତ। ସେଥିପାଇଁ ଭିନ୍ନ ରୀତି ନୀତିରେ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଉଭୟ ଶୁକ୍ଲ ଓ କୃଷ୍ଣ ପକ୍ଷର ତ୍ରୟୋଦଶୀ ଦିନ ମଧ୍ୟ ଏହି ପୂଜା କରାଯାଇଥାଏ। ତେଣୁ ଏହାକୁ ତେରସ ମଧ୍ୟ କୁହାଯାଏ। ଓଡ଼ିଶାର ପ୍ରମୁଖ ଶିବାଳୟ ଗୁଡ଼ିକରେ ଆଜି କାଉଡିଆମାନଙ୍କ ଭିଡ଼ ରହିବ। ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, କଟକ ଜିଲ୍ଲାର ଧବଲେଶ୍ୱର, ଢେଙ୍କାନାଳ ଜିଲ୍ଲାର କପିଳେଶ୍ୱର, ସମ୍ବଲପୁର ଜିଲ୍ଲାର ଧମାସ୍ଥିତ ବିମଳେଶ୍ୱର ମନ୍ଦିର, କୋରାପୁଟ ଜିଲ୍ଲାର ଧବଳେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ଶିବାଳୟ ଗୁଡ଼ିକରେ ମଧ୍ୟ କାଉଡିଆମାନଙ୍କର ଭିଡ଼ ରହିଛି।
ଶ୍ରାବଣ ମାସର ଅନ୍ତିମ ସୋମବାର : ଜଳାଭିଷେକ ପାଇଁ ଶିବାଳୟରେ ପ୍ରବଳ ଭିଡ
Published:
Aug 12, 2019, 10:03 am IST
Tags: