ନୂଆଦିଲ୍ଲୀ: ବିସିସିଆଇ 2025-26 ସିଜିନ୍ ପାଇଁ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କରିଛି। ପୁରୁଷ ଦଳର କେବଳ ତିନି ଜଣ ଖେଳାଳିଙ୍କୁ ଗ୍ରେଡ୍ A ରେ ରଖାଯାଇଛି। ଅନ୍ୟପକ୍ଷରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବନତି ଘଟି ଗ୍ରେଡ୍ B ରେ ରଖାଯାଇଛି। ଏହା ଉଲ୍ଲେଖନୀୟ ଯେ, ବିସିସିଆଇ ଏହାର ଗ୍ରେଡିଂ ସିଷ୍ଟମରେ ମଧ୍ୟ ପରିବର୍ତ୍ତନ କରିଛି। ଶୁଭମନ ଗିଲ୍ ସମେତ କେବଳ ତିନି ଜଣ ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍ ରେ ରଖାଯାଇଛି।
ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମା ତାଲିକା:
ଗ୍ରେଡ୍ ଏ – ଶୁଭମାନ ଗିଲ, ଜସପ୍ରୀତ ବୁମ୍ରା, ରବିନ୍ଦ୍ର ଜାଡେଜା
ଗ୍ରେଡ୍ ବି – ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, କୁଲଦୀପ ଯାଦବ, ସୂର୍ଯ୍ୟକୁମାର ଯାଦବ, ଯଶାସୀ ଜୟସ୍ଵାଲ, ଶ୍ରେୟାସ ଆୟର
ଗ୍ରେଡ୍ ସି – ଅକ୍ସର ପଟେଲ, ତିଲକ ବର୍ମା, ରିଙ୍କୁ ସିଂ, ଶିବମ୍ ଦୁବେ, ସଞ୍ଜୁ ସାମସନ୍, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ଆକାଶଦୀପ, ଧ୍ରୁଭ ଜୁରେଲ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ନୀତୀଶ କୁମାର ରେଡ୍ଡୀ, ଅଭିଷେକ ଶର୍ମା, ସାଇ ସୁଦର୍ଶନ, ରବି ବିଷ୍ନୋଇ, ରିତୁରାଜ ଗାୟକ୍ଵାଡ।
ବିସିସିଆଇ ଏହାର ଗ୍ରେଡ୍ ସିଷ୍ଟମକୁ ସଂଶୋଧନ କରିଛି। ପୁରୁଣା ସିଷ୍ଟମରେ ଚାରୋଟି ଗ୍ରେଡ୍ ଥିଲା: ଗ୍ରେଡ୍ ଏ +, ଗ୍ରେଡ୍ ଏ, ଗ୍ରେଡ୍ ବି, ଏବଂ ଗ୍ରେଡ୍ ସି। ତଥାପି, ଚୁକ୍ତିନାମା ତାଲିକାରେ କେବଳ ତିନୋଟି ଗ୍ରେଡ୍ ଅନ୍ତର୍ଭୁକ୍ତ। ଏଗୁଡ଼ିକ ହେଉଛି ଗ୍ରେଡ୍ A, ଗ୍ରେଡ୍ B, ଏବଂ ଗ୍ରେଡ୍ C।


