Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ
ଆଜିର ଖବର

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Title : 38th Governing Council Meeting of OSDMA held today
Title : 38th Governing Council Meeting of OSDMA held today

ଭୁବନେଶ୍ଵର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୁଧବାର ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍ଡମା)ର ୩୮ତମ ପରିଚାଳନା ପରିଷଦ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ଅଗ୍ନିଶମ ବିଭାଗ ପୁଲିସ ମହା ନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡ଼ଙ୍ଗୀ, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ , ଓସଡମାର ପରିଚାଳନା ନିର୍ଦ୍ଦେଶକ ଡଃ କମଳ ଲୋଚନ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ଅରବିନ୍ଦ ବେହେରା, ସିଓ୍ୱାଇଏସ୍ଡିର ପରାମର୍ଶଦାତା ଶ୍ରୀ ଜଗଦାନନ୍ଦ ଏବଂ ପରିଚାଳନା କମିଟିର ଅନ୍ୟ ସଦସ୍ୟ ସଦସ୍ୟା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ ନିୟମିତ ପ୍ରସ୍ତୁତି ସହିତ ପାଣିରେ ବୁଡ଼ି, ସାପ କାମୁଡ଼ା ଏବଂ ବଜ୍ରପାତ ଭଳି ବିପର୍ଯ୍ୟୟରେ ବହୁ ସଂଖ୍ୟାରେ ମୃତ୍ୟୁ ଘଟୁଥିବାରୁ ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି ଓ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

ବୈଠକରେ ପୂର୍ବରୁ ଅନୁଷ୍ଠିତ ପରିଷଦ ବୈଠକ ନିଷ୍ପତ୍ତିର କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଲୋଚନା କରାଯାଇଥିଲା। ନିଷ୍ପତ୍ତି ଅନୁସାରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଆଇନ-୨୦୨୫ ଓ ସଂଶୋଧିତ ପଞ୍ଚାୟତିରାଜ ଆଇନ ଅନୁଯାୟୀ ରାଜ୍ୟରେ ଗୋଷ୍ଠୀ ନେତୃତ୍ୱାଧିନ ଓ ସ୍ୱେଚ୍ଛାସେବୀ ସହଯୋଗରେ ବିପର୍ଯ୍ୟୟ ପରିଚାଳନାକୁ ଦୃଷ୍ଟିରେ ରଖି ୩୦ଟି ଜିଲ୍ଲାରେ ୧୦,୦୦୦ ଗ୍ରାମରେ ଗୋଷ୍ଠୀଭିତ୍ତିକ ବିପର୍ଯ୍ୟୟ ପରିଚାଳନା ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେହିପରି ୩୧୪ ବ୍ଲକରେ ୨,୨୯୫ ଟି ଗ୍ରାମ ପଞ୍ଚାୟତସ୍ତରରେ ୨ୟ ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେବା ପାଇଁ କାର୍ଯ୍ୟ ହାତକୁ ନିଆଯାଇଛି । ଗୋଠପାଟଣା ସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆରଓଟିଆଇ) ଠାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ (ଏସ୍ଆଇଡିଏମ୍ ) ନିର୍ମାଣାଧିନ ଅଛି ଓ ଆଗାମୀ ଡିସେମ୍ବର ମାସ ସୁଦ୍ଧା ଏହାର ନିର୍ମାଣ ସରିବ ବୋଲି ଓସଡମା ପକ୍ଷରୁ ସୂଚନା ଦିଆଯାଇଥିଲା । ଓସଡମା ପକ୍ଷରୁ ନିଆଯାଇଥିବା ଅନ୍ୟ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ରାଜ୍ୟ ପରିଷଦ ନିକଟରେ ବିସ୍ତୃତ ଉପସ୍ଥାପନ କରାଯାଇଥିଲା।

ସଡମା ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ସମ୍ବଳ ନେଟ୍ୱାର୍କ(ଓଡିଆରଏନ୍) ବିକଶିତ କରାଯାଇଛି, ଯାହାକି ଏକ ଓ୍ୱେବ୍-ଜିଆଇଭିତ୍ତିକ ପୋର୍ଟାଲ, ଯେଉଁଥିରେ ସମସ୍ତ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ପାଇଁ କେତେ ମାନବ ସମ୍ବଳ ରହିଛି, କେତେ ଯନ୍ତ୍ରପାତି ରହିଛି, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା କ’ଣ ରହିଛି, ସେ ସଂପର୍କରେ ଜିଲ୍ଲାମାନଙ୍କ ତରଫରୁ ଅଦ୍ୟତନ କରାଯାଉଛି । “ସମର୍ଥ” ପୋର୍ଟାଲ ମାଧ୍ୟମରେ ପ୍ରଶିକ୍ଷିତ ମାନବ ସମ୍ବଳ ଓ ପ୍ରଶିକ୍ଷଣ ସମ୍ବନ୍ଧୀୟ ସମସ୍ତ ସୂଚନା ରହିଛି । ଏ ପର୍ଯ୍ୟନ୍ତ ୧୬୩୪ ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ଏବଂ ଏହା ମାଧ୍ୟମରେ ୩୪,୩୧୨ ଜଣ ପ୍ରଶିକ୍ଷିତ ମାନବ ସଂବଳ ସୃଷ୍ଟି ହୋଇଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମ୍ବନ୍ଧିତ କାର୍ଯ୍ୟକ୍ରମ ‘ଯୁବ ଆପଦା ମିତ୍ର ସ୍କିମ୍’ ଅଧିନରେ ୧୩,୭୯୩ ଯୁବ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାକୁ ରାଜ୍ୟରେ ‘ ଯୁବ ବିପଦ ବନ୍ଧୁ’ ପ୍ରଶିକ୍ଷଣ ଭାବେ କାର୍ଯ୍ୟକାରୀ କରିବାକୁ ପରିଷଦର ସଭ୍ୟମାନେ ମତ ରଖିଥିଲେ । ଏ ସଂପର୍କରେ ପ୍ରଶିକ୍ଷକମାନଙ୍କୁ ତାଲିମ୍ ଦିଆସରିଛି ଓ ରାଜ୍ୟବ୍ୟାପୀ ପ୍ରଶିକ୍ଷଣ ଚଳିତ ଫେବୃୟାରୀ ମାସରୁ ଆରମ୍ଭ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ୟୁନିସେଫ ସହାୟତାରେ ପ୍ରତି ଶନିବାର ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ବିପର୍ଯ୍ୟୟ ମୁକାବିଲା ସଂପର୍କିତ ସଚେତନ କରାଯାଉଛି । ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଇବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।

ରାସାୟନିକ ବିପର୍ଯ୍ୟୟ ଦୁର୍ଘଟଣା ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି ସଂପର୍କରେ ଅଗ୍ନିଶମ ସେବା ବିଭାଗ ମହା ନିର୍ଦ୍ଦେଶକ ଡଃ. ଷଡଙ୍ଗୀ ସୂଚନା ଦେଇଥିଲେ । ରାଜ୍ୟରେ ବିପର୍ଯ୍ୟୟ ପ୍ରବଣ ସମ୍ବେଦନଶୀଳ ଅଂଚଳରେ ୫୦୦ ଟି ନୂଆ ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୨ ଟି ଆଶ୍ରୟସ୍ଥଳ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି , ଆଉ ୨୫ଟି ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ଏବଂ ଏହି ପଦକ୍ଷେପ ଜାରି ରହିଛି । ବିଶ୍ୱ ବ୍ୟାଙ୍କ ପାଣ୍ଠି ସହାୟତାର ଓଡ଼ିଶା ଷ୍ଟେଟ୍ କାପାବିଲିଟି ଆଣ୍ଡ ରେଜିଲିଏଣ୍ଟ ଗ୍ରୋଥ ପ୍ରକଳ୍ପରେ ‘ସତର୍କ ୨.୦’ କାର୍ଯ୍ୟକାରୀ କରାଯାଇ ବହୁମୁଖୀ ବିପର୍ଯ୍ୟୟ ଆକଳନ ସହ ଆଧୁନିକ ଜ୍ଞାନ କୌଶଳ ଓ ପାଣିପାଗ, ତଥ୍ୟ ସୂଚନା ଉପରେ କାର୍ଯ୍ୟ ଜାରି ରହିଛି । ସୁନାମୀ ପ୍ରସ୍ତୁତି, ସମୁଦ୍ର ତଟ କ୍ଷୟର ସୁରକ୍ଷା, ହେନ୍ତାଳବନ ସୃଷ୍ଟି ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ମରାମତି ଆବଶ୍ୟକ ଥିବା ବନ୍ୟା-ବାତ୍ୟା ଆଶ୍ରୟ ସ୍ଥଳୀର ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓସ୍ଡମା, ଗ୍ରାମ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଦି ସହଯୋଗରେ ଆବଶ୍ୟକ ପଦକ୍ଷେପ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକ ନିର୍ମାଣ ଦୃଷ୍ଟିରୁ ଯେପରି ସୁରକ୍ଷିତ ରୁହେ, ତାହାକୁ ସୁନିଶ୍ଚିତ କରିବାକୁ ଓ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।

Governing Council Meeting OSDMA ପରିଚାଳନା ପରିଷଦ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.