Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ
ଆଜିର ଖବର

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ
ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

ଭୁବନେଶ୍ୱର: ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗର ସଞ୍ଚାର ଏକାଉଣ୍ଟସ୍‌ ମହାନିୟନ୍ତ୍ରକ (ସିଜିସିଏ), ନୂଆଦିଲ୍ଲୀ ବନ୍ଦନା ଗୁପ୍ତା ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ପେନସନଭୋଗୀଙ୍କ କଲ୍ୟାଣ, ଅଂଶୀଦାରଙ୍କ ସମ୍ପୃକ୍ତି ଓ ପ୍ରଶାସନିକ ଦକ୍ଷତାକୁ ସୁଦୃଢ଼ କରିବା ଲାଗି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଶ୍ରୀମତୀ ଗୁପ୍ତା ୧୧ ତାରିଖରେ ପେନସନଭୋଗୀ ଲୋକସମ୍ପର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ସିଜିସିଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୂରସଞ୍ଚାର ବିଭାଗ ଏବଂ ବିଏସଏନଏଲର ବହୁ ପେନସନଭୋଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଏବଂ ଜାତୀୟ ସ୍ତରର ବହୁ ବରିଷ୍ଠ ଦୂରସଞ୍ଚାର ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏଥିରେ ପେନସନ ସଂକ୍ରାନ୍ତ ନଥିପତ୍ରର ସଂଶୋଧନ, ଡିଜିଟାଲ ପେନସନ ସେବା ସମ୍ପର୍କରେ ସଚେତନତା ଏବଂ ଠିକ୍‌ ସମୟରେ ସମସ୍ୟାମୁକ୍ତ ପେନସନ ବିତରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଶ୍ରୀମତୀ ଗୁପ୍ତା  କହିଥିଲେ, ପେନସନ ଅଭିଯୋଗ ସମାଧାନ ଏବଂ ପେନସନଭୋଗୀ କଲ୍ୟାଣ ସେବା ନିମନ୍ତେ ସମ୍ପନ୍ନ ୨.୦ କୁ ଏକ ବିସ୍ତୃତ ସିଙ୍ଗଲ ୱିଣ୍ଡୋ ପ୍ଲାଟଫର୍ମ ରୂପେ କାର୍ଯ୍ୟକ୍ଷମ କରାଯାଇଛି। ବାଧାମୁକ୍ତ ପେନସନ ବିତରଣ ଲାଗି ଠିକ ସମୟରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଶ୍ରୀମତୀ ଗୁପ୍ତା ବରିଷ୍ଠ ପେନସନଭୋଗୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ପେନସନଭୋଗୀ ଓ ପେନସନଭୋଗୀ ସଂଘର କର୍ମକର୍ତ୍ତାଙ୍କ ସମସ୍ୟା ସମ୍ପର୍କରେ ସେ ନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପେନସନ ସଂକ୍ରାନ୍ତ କାଗଜପତ୍ର ପାଇବା ଲାଗି ଡିଜିଲକର ଆପ୍‌ ର ବ୍ୟବହାର ସମ୍ପର୍କରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା।

ସମ୍ବଲପୁର ବିଏସଏନଏଲର ପିଜିଏମ ପେନସନ ପରିଚାଳନାକୁ ସରଳ କରିବା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ଆର୍ଥିକ ସୁରକ୍ଷା ବଢ଼ାଇବା ଲାଗି ଦୂରସଞ୍ଚାର ବିଭାଗ ଏବଂ ସିସିଏ ଓଡ଼ିଶା ଦ୍ୱାରା ଗ୍ରହଣ କରାଯାଇଥିବା ସକ୍ରିୟ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ସମ୍ବଲପୁରଠାରେ ଜୀବନ ପ୍ରମାଣ କେନ୍ଦ୍ରକୁ ଉଦଘାଟନ କରାଯାଇଥିଲା। ଏହି କେନ୍ଦ୍ର ଏସଏସଏ ସମ୍ବଲପୁର ଏବଂ ରାଉରକେଲାର ପେନସନଭୋଗୀଙ୍କୁ ଲାଭାନ୍ୱିତ କରିବ ଏବଂ ଓଡ଼ିଶା ସର୍କଲର ପ୍ରାୟ ଏକତୃତୀୟାଂଶ ପେନସନଭୋଗୀ ଏହାଦ୍ୱାରା ଉପକୃତ ହୋଇପାରିବେ।

ଏହାବ୍ୟତୀତ ଶ୍ରୀମତୀ ଗୁପ୍ତା ଆଜି ଭୁବନେଶ୍ୱର ସିସିଏ କାର୍ଯ୍ୟାଳୟ ଠାରେ ଏକ ପେନସନଭୋଗୀ ବିଶ୍ରାମ ଗୃହକୁ ଲୋକାର୍ପଣ କରିଥିଲେ। ଏଠାରେ ପେନସନଭୋଗୀଙ୍କ ଅଭିଯୋଗ ସମାଧାନ, ଡିଏଲସି ଦାଖଲ, କେୱାଇପି ଦାଖଲ, ପେନସନ ରେକର୍ଡ ସଂଶୋଧନ, ପେନସନଭୋଗୀଙ୍କ ପରିଚୟପତ୍ର ପ୍ରଦାନ ଆଦି ସେବା ମିଳିପାରିବ। ଏହି ଅବସରରେ ଶ୍ରୀମତୀ ଗୁପ୍ତା ଭୁବନେଶ୍ୱରରେ ବରିଷ୍ଠ ପେନସନଭୋଗୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ପେନସନଭୋଗୀ ଓ ପେନସନଭୋଗୀ ସଂଘର କର୍ମକର୍ତ୍ତାଙ୍କ ସମସ୍ୟା ନେଇ ସେମାନଙ୍କ ସହିତ ଆଲୋଚନା କରିଥିଲେ।

ଶ୍ରୀମତୀ ଗୁପ୍ତା ଭୁବନେଶ୍ୱରର ସିସିଏ କର୍ମଚାରୀଙ୍କ ସହିତ କାର୍ଯ୍ୟାଳୟ ସଂକ୍ରାନ୍ତ ପ୍ରସଙ୍ଗ, ଶ୍ରେଷ୍ଠ ପଦ୍ଧତି, ଏବଂ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକ ଦ୍ୱାରା ଅଭିନବ ଏବଂ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ।

ଦୂରସଞ୍ଚାର ବିଭାଗ ପେନସନଭୋଗୀ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଭାରତ ସରକାର ସିଜିସିଏ
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026

ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା

February 13, 2026

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

February 13, 2026
Latest News

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026

ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା

February 13, 2026

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.