Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାପାଳ ଅମ୍ରିତ୍ ଋତୁରାଜାଙ୍କ ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳା ପରିଦର୍ଶନ
ଆଜିର ଖବର

ଜିଲ୍ଲାପାଳ ଅମ୍ରିତ୍ ଋତୁରାଜାଙ୍କ ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳା ପରିଦର୍ଶନ

February 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜିଲ୍ଲାପାଳ ଅମ୍ରିତ୍ ଋତୁରାଜାଙ୍କ ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳା ପରିଦର୍ଶନ
ଜିଲ୍ଲାପାଳ ଅମ୍ରିତ୍ ଋତୁରାଜାଙ୍କ ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳା ପରିଦର୍ଶନ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଅମ୍ରିତ୍ ଋତୁରାଜ ଖୋର୍ଦ୍ଧା ପୌରାଞ୍ଚଳ ରାଧାବଲ୍ଲଭ ସାହିରେ ଥିବା ବିଶିଷ୍ଟ କ୍ରୀଡାବିତ୍, ସଂସ୍କୃତି ସମ୍ପନ୍ନ ବ୍ୟକ୍ତିତ୍ଵ ଦମ୍ପତି ରାଧା ଗୋବିନ୍ଦ ଦାସ ଏବଂ ତାଙ୍କର ଧର୍ମପତ୍ନୀ ଶେଫାଳିଙ୍କ ଦ୍ଵାରା ୧୯୮୫ ମସିହା ଜାନୁଆରୀ ୧୫ ତାରିଖରେ ସ୍ଥାପିତ କରାଯାଇଥିବା ରାଧା ଗୋବିନ୍ଦ ଶେଫାଳି ସଂଗ୍ରହ ଶାଳାକୁ ପରିଦର୍ଶନ କରି ଏହାର ସଂଗ୍ରହଣ କିମ୍ବଦନ୍ତୀକୁ ପ୍ରଂଶଂସା କରିଛନ୍ତି।

ରାଧା ଗୋବିନ୍ଦଙ୍କ ସୁପୁତ୍ର ପ୍ରାଣନାଥ ସ୍ୱୟଂଶାସିତ ମହା ବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ଗୋପାଳ କୃଷ୍ଣ ଦାସ ବର୍ତ୍ତମାନ ଏହି ସଂଗ୍ରହ ଶାଳାର ତଦାରଖ କରୁଛନ୍ତି। ଏହି ସଂଗ୍ରହ ଶାଳରେ ରାଜ୍ୟ ସଂଗ୍ରହାଳୟ ପରି ୫୦ ରୁ ଉର୍ଦ୍ଧ୍ଵ ଦେଶର ବିରଳ ପ୍ରତ୍ନତତ୍ତ୍ଵ ଦ୍ରବ୍ୟ ସାଇତା ହୋଇ ରଖାଯାଇଛି। ସେହିପରି ରାଧା ଗୋବିନ୍ଦ ଦାସଙ୍କ ପିତା ଚକ୍ରଧର ଦାସ ୧୯୧୦ ମସିହାରେ ସ୍ଥାନୀୟ କଚେରୀରେ ଚାକିରି କରିଥିବା ବେଳେ ସେ ମଧ୍ୟ୍ୟ ବିରଳ ନଥି ପତ୍ର ଓ ତାଳପତ୍ର ପୋଥି ସଂଗ୍ରହ କରି ରଖିଥିବା ଶ୍ରୀ ଗୋପାଳ କୃଷ୍ଣ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

କ୍ରମଶଃ ଜନ ଜୀବନରୁ ହଜି ହଜି ଯାଉଥିବ ସଂଗ୍ରହ ଶାଳା ରେ ସାଇତା ହୋଇଥିବା ପ୍ରାଚୀନ ଦ୍ରବ୍ୟ ଯଥା କୃଷି ଉପକରଣ, ମୁଦ୍ରା ,ପାଇକଙ୍କ ଅସ୍ତ୍ର ଶସ୍ତ୍ର ଓଡିଶା ର ଗୌରବ ଓ ଗାରିମା ବୃଦ୍ଧି କରୁଥିବା ବେଳେ ବର୍ତ୍ତ ମନର ଯୁବପୀଢ଼ି ଏଭଳି ଓଡ଼ିଶାର ପ୍ରାଚୀନ କଳା ସ୍ଥାପ୍ୟାତ୍ୟ ଜାଣିବାର ଅବଶ୍ୟକତା ଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି ଅବସରରେ ଖୋରଧା ଐତିହାସିକ ସମାଜର ସମ୍ପାଦକ ବୈକୁଣ୍ଠ ନାଥ ରାଜଗୁରୁ, ଦୈନିକ ସମାଜ ଖୋର୍ଦ୍ଧା ପ୍ରତିନିଧି ରାମନାରାୟଣ ଦାସ ଏବଂ ଗୋପାଳ କୃଷ୍ଣ ଦାସ ଖୋର୍ଦ୍ଧାର ଯଥାର୍ଥ ନାମ କରଣ ସମ୍ପର୍କ ରେ ଆଲୋଚନା କରିଥିଲେ।

ଅମ୍ରିତ୍ ଋତୁରାଜ ଖୋର୍ଦ୍ଧା ଜିଲ୍ଲାପାଳ ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳା
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026

ବର୍ଷା ଯୋଗୁଁ ଧୋଇଯିବ କି ଭାରତ-ପାକିସ୍ତାନ ମ୍ୟାଚ୍?: ଜାଣନ୍ତୁ ପାଣିପାଗ ଅପଡେଟ୍

February 13, 2026

BNP ର ବିଜୟ ପରେ ନିର୍ବାସିତ ଲେଖିକାଙ୍କ ପ୍ରଥମ ପ୍ରତିକ୍ରିୟା: ତାରିକ ରହମାନଙ୍କୁ ଦେଲେ ଏହି ପରାମର୍ଶ

February 13, 2026

ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବନ୍ଦ କଲା ରେଳବାଇ: ଜାଣନ୍ତୁ ରୁଟ ଏବଂ କାରଣ

February 13, 2026
Latest News

ଜିଲ୍ଲାପାଳ ଅମ୍ରିତ୍ ଋତୁରାଜାଙ୍କ ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳା ପରିଦର୍ଶନ

February 13, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026

ବର୍ଷା ଯୋଗୁଁ ଧୋଇଯିବ କି ଭାରତ-ପାକିସ୍ତାନ ମ୍ୟାଚ୍?: ଜାଣନ୍ତୁ ପାଣିପାଗ ଅପଡେଟ୍

February 13, 2026

BNP ର ବିଜୟ ପରେ ନିର୍ବାସିତ ଲେଖିକାଙ୍କ ପ୍ରଥମ ପ୍ରତିକ୍ରିୟା: ତାରିକ ରହମାନଙ୍କୁ ଦେଲେ ଏହି ପରାମର୍ଶ

February 13, 2026

ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବନ୍ଦ କଲା ରେଳବାଇ: ଜାଣନ୍ତୁ ରୁଟ ଏବଂ କାରଣ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.