ରେଢ଼ାଖୋଲ (କନ୍ଦର୍ପ ବେହେରା): ଦୁଇଦିନ ତଳେ ମୁକ୍ତିଲାଭ କରିଥିବା ପ୍ରଯୋଜକ ଚନ୍ଦ୍ରମଣିଙ୍କ ପ୍ରଯୋଜିତ ତଥା ବିଶ୍ଵରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶିତ ଗ୍ରାମ୍ୟ ବେକାରୀ ସମସ୍ୟା ଓ ଏକ ନିଆରା ପ୍ରେମ କାହାଣୀ ଆଧାରିତ ଭିନ୍ନ ସ୍ୱାଦର କଳାତ୍ମକ ଓଡିଆ ଚଳଚ୍ଚିତ୍ର ବରବଧୂ ମୁକ୍ତିଲାଭ କରିଛି। ଏଥିରେ ସମ୍ବଲପୁରର ଷ୍ଟାଣ୍ଡଅପ୍ କମିଡିଏନ୍ ରିତେନ୍ ପଟ୍ଟନାୟକ ଏଡଭୋକେଟ ସାଧୁ ଚରିତ୍ରରେ ଅଭିନୟ କରି ଦର୍ଶକ ମାନଙ୍କର ମନ ଜିଣି ପାରିଛନ୍ତି। ସେ ସିନେମାଟିରେ ନୋଟାରିଙ୍କ ଏଭିଡ଼େବିଟକୁ ମେରେଜ୍ ସାର୍ଟିଫିକେଟ୍ କହି ଏକ ଘଣ୍ଟାରେ ବିବାହ ରେଜିଷ୍ଟ୍ରେସନ୍ କରିପାରୁଥିବା ଦାବୀ କରି ଲୋକଙ୍କୁ ଠକି ଚାଲିଛନ୍ତି। ତାଙ୍କ ବାକ୍ ଚାତୁରି ଭରା ଅଭିନୟ ଶୈଳୀ ହୃଦୟସ୍ପର୍ଶୀ ହୋଇଛି ଏବଂ ଦର୍ଶକଙ୍କ ମନ କିଣି ନେଇଛି।
ସୂର୍ଯ୍ୟମୟୀ ଓ ଶିବାନୀ ସହିତ ରିତେନ୍ ଙ୍କ ଆଳାପ ମନଛୁଆଁ ହୋଇ ପାରିଛି। ରିତେନ୍ ହେଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଦୀପେନ୍ କୁମାର ପଟ୍ଟନାୟକ ଓ ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କର ଦ୍ୱିତୀୟ ପୁତ୍ର ଏବଂ ନାକଟିଦେଉଳ ବ୍ଲକ ବିଜାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁର୍ବତନ ଛାତ୍ର ଅଟନ୍ତି। ସେ ବିଭିନ୍ନ ସଂଗଠନ ଦ୍ଵାରା କମେଡି ଅଭିନୟ ପାଇଁ ସମ୍ମାନୀତ ହୋଇ ସାରିଛନ୍ତି। ସେ ଓଡିଶା ବାହାରେ ମଧ୍ୟ କମେଡି କରି ବେଶ ନାଁ କରିଛନ୍ତି।
ସେ ଓଡ଼ିଆ ଚଳଚ୍ଚିତ୍ର “ରସଗୋଲା” ରେ ମଧ୍ୟ ଅଭିନୟ କରିଛନ୍ତି।


