Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ
ଆଜିର ଖବର

ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

February 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ
ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

ଟାଙ୍ଗୀ/ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପକ୍ଷୀ ଆଶ୍ରୟସ୍ଥଳୀ Manglajodi Wetland ଠାରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ଲକ୍ଷ୍ୟରେ ଏକ ବ୍ୟାପକ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଇକୋ କ୍ଳବ ପକ୍ଷରୁ ଆୟୋଜିତ ହୋଇଥିଲା।

ବିଦ୍ୟାଳୟର ଅଧ୍ୟକ୍ଷ ମହେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ଦୂଷଣର କୁପ୍ରଭାବ ଓ ପରିବେଶ ସୁରକ୍ଷାର ଆବଶ୍ୟକତା ବିଷୟରେ ଉଦ୍ବୋଧନ ଦେଇଥିଲେ। ଇକୋ କ୍ଲବ୍, ଭୁବନେଶ୍ୱରର ସୂଚନା ଅଧିକାରୀ ପ୍ରଶାନ୍ତ ନାୟକ ଯୁବପିଢ଼ିଙ୍କୁ ପ୍ଲାଷ୍ଟିକ ବିରୋଧୀ ଆନ୍ଦୋଳନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ। ଟାଙ୍ଗୀର ଫରେଷ୍ଟର୍ ଶ୍ରୀମତୀ ମୀନା କୁମାରୀ ନାୟକ ଏବଂ ଅଜୟ କୁମାର ମହାରଣା ଜଳାଶୟ ଓ ପକ୍ଷୀ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ନିଷେଧ ଆବଶ୍ୟକ ବୋଲି କହିଥିଲେ।

ଇକୋ କ୍ଲବ୍ ପ୍ରୋଗ୍ରାମ ଅଫିସର ବିଶ୍ୱ ରଞ୍ଜନ ଦାସ ଓ ଏନ୍‌ସିସି ଓ ୟୁଥ୍ ରେଡକ୍ରସ୍ ପ୍ରୋଗ୍ରାମ ଅଫିସର ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ମୋଟ ୧୫୦ ଜଣ ସେବାଭାବୀ ସ୍ୱେଚ୍ଛାସେବକ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀମାନେ ମଧ୍ୟ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଛାତ୍ରଛାତ୍ରୀମାନେ ରାଲି କାଢ଼ି “ପ୍ଲାଷ୍ଟିକ ବନ୍ଦ କର, ପ୍ରକୃତିକୁ ରକ୍ଷା କର” ପରି ସ୍ଲୋଗାନ୍ ଦେଇ ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ। ସେହି ସହିତ ଜଳାଶୟ ପରିସରରେ ସଫାଇ କାର୍ଯ୍ୟକ୍ରମ କରି ପ୍ଲାଷ୍ଟିକ ଅବଶିଷ୍ଟ ସଂଗ୍ରହ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ସମସ୍ତେ ପ୍ଲାଷ୍ଟିକ ବ୍ୟବହାର କମାଇ ପରିବେଶ ସୁରକ୍ଷା ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ। ଏହି ଅଭିଯାନ ଦ୍ୱାରା ମଙ୍ଗଳାଜୋଡି ଅଞ୍ଚଳରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଏକ ସକାରାତ୍ମକ ସନ୍ଦେଶ ପ୍ରସାରିତ ହୋଇଛି।

Manglajodi Wetland ପ୍ଲାଷ୍ଟିକ ମୁକ୍ତ ସଚେତନତା ମଙ୍ଗଳାଜୋଡି ଜଳାଶୟ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

February 14, 2026

ଓଡିଆ ଚଳଚ୍ଚିତ୍ର “ବରବଧୂ” ରେ ସମ୍ବଲପୁର ପୁଅ ହାସ୍ୟାଭିନେତା ରିତେନ୍ ପଟ୍ଟନାୟକଙ୍କ କମାଲ୍

February 14, 2026

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ

February 14, 2026

ଶିଶୁକୁ ଯୌନ ନିର୍ଯାତନା ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

February 14, 2026
Latest News

ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

February 14, 2026

ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

February 14, 2026

ଓଡିଆ ଚଳଚ୍ଚିତ୍ର “ବରବଧୂ” ରେ ସମ୍ବଲପୁର ପୁଅ ହାସ୍ୟାଭିନେତା ରିତେନ୍ ପଟ୍ଟନାୟକଙ୍କ କମାଲ୍

February 14, 2026

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ

February 14, 2026

ଶିଶୁକୁ ଯୌନ ନିର୍ଯାତନା ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.