ଟାଙ୍ଗୀ/ଖୋର୍ଦ୍ଧା: ୧୪ ଫେବୃଆରୀ ଦିନ ପୁଲୱାମା ଆକ୍ରମଣକୁ ସ୍ମରଣ କରି ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍ସିସି କ୍ୟାଡେଟମାନେ ବ୍ଲାକ୍ ଡେ ପାଳନ କରିଥିଲେ। ୨୫ ଜଣ ଏନ୍ସିସି କ୍ୟାଡେଟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶହୀଦ ଜବାନମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କ୍ୟାଡେଟମାନେ କଳା ବ୍ୟାଜ୍ ପିନ୍ଧି ନିରବ ପ୍ରାର୍ଥନା କରିବା ସହ ଦୁଇ ମିନିଟ୍ ନିରବତା ପାଳନ କରିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ମହେନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ଥିବା ସହିତ ଦେଶପ୍ରେମ ଓ ଏକତାର ମହତ୍ତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ ଯେ ଶହୀଦମାନଙ୍କ ତ୍ୟାଗ କେବେ ମଧ୍ୟ ଭୁଲିହେବ ନାହିଁ ଏବଂ ଯୁବପିଢ଼ି ଦେଶର ସୁରକ୍ଷା ଓ ଗୌରବ ରକ୍ଷାରେ ସଦା ସଚେତନ ରହିବା ଦରକାର।
ଏନ୍ସିସି କେୟାର ଟେକର ଅଫିସର ରଞ୍ଜନ କୁମାର ମହାପାତ୍ର କ୍ୟାଡେଟମାନଙ୍କୁ ଶୃଙ୍ଖଳା, ଦାୟିତ୍ୱବୋଧ ଓ ଦେଶସେବାର ପ୍ରତିବଦ୍ଧତା ବିଷୟରେ ପ୍ରେରଣା ଦେଇଥିଲେ।
ଶେଷରେ ସମସ୍ତ କ୍ୟାଡେଟ ଦେଶର ଏକତା, ସାନ୍ତି ଓ ସୁରକ୍ଷା ପାଇଁ ସଦା ପ୍ରସ୍ତୁତ ରହିବାର ସଙ୍କଳ୍ପ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟି ଗମ୍ଭୀର ଓ ଦେଶପ୍ରେମମୟ ପରିବେଶରେ ସମାପ୍ତ ହୋଇଥିଲା।


