ଚିଲିକା: ଆଜି ହେଉଛି ମହାଶିବରାତ୍ରି। ଏହି ଉପଲକ୍ଷେ ଚିଲିକା ନିର୍ବାଚନ ମଣ୍ଡଳିର ବିଧାୟକ ତଥା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବିଭିନ୍ନ ଶୈବପୀଠ ଦର୍ଶନ କରିଛନ୍ତି। ଆଜି ଚିଲିକା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପ୍ରସିଦ୍ଧ ଶିବମନ୍ଦିର ହରିପୁରସ୍ଥିତ ପଶ୍ଚିମାଭିମୁଖୀ ମହାଶମ୍ଭୁ ଶ୍ରୀ ଶ୍ରୀ ବାବା ପ୍ରତାପେଶ୍ବର ଦେବଙ୍କୁ ଦର୍ଶନ କରିଛନ୍ତି। ସେଠାରେ ସେ ଦେବାଧିଦେବ ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି।
ସେହିପରି କେଶରକ୍ଷେତ୍ର ଚ଼ଣ୍ଡେଶ୍ବରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡୀହରଦେବଙ୍କୁ ଦର୍ଶନ କରି ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମନ୍ତ୍ରୀ ବଡ଼ପଦର-କଉଡ଼ିଖଣି ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କୁ ଦର୍ଶନ କରିବା ସହ “ରାମକୋଟି ବିଶ୍ଵଶାନ୍ତି ମହାଯଜ୍ଞ” ସମାରୋହରେ ଯୋଗଦେଇଛନ୍ତି। ସେଠାରେ ମଧ୍ୟ ସେ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ସେହିପରି ମନ୍ତ୍ରୀ ଭେଟେଶ୍ବର ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ଭେଟିନାଥ ଦେବଙ୍କୁ ମଧ୍ୟ ଦର୍ଶନ କରିଛନ୍ତି।

ବିଭିନ୍ନ ମହାଦେବ ମନ୍ଦିର ଦର୍ଶନ ପରେ ମନ୍ତ୍ରୀ ନିଜ ଗ୍ରାମ ଗୋଡ଼ିଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କୁ ମଧ୍ୟ ଦର୍ଶନ କରିଛନ୍ତି। ସେଠାରେ ମନ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ତରଫରୁ ବିପୁଳ ସ୍ବାଗତ କରାଯିବା ସହିତ ମନ୍ଦିରକୁ ପାଛୋଟି ନିଆଯାଇଥିଲା। ସେଠାରେ ମନ୍ତ୍ରୀ କିଛି ସମୟ ପାଇଁ ପୂଜାପାଠ କରିଥିଲେ। ସେହିପରି ବରପାଟଣା ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ବାଙ୍କନିଧି ଦେବଙ୍କୁ ଦର୍ଶନ କରି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷାକରିଥିଲେ।


