ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରେ ଅଘଟଣ ଘଟିଛି । ସମୁଦ୍ର ଭିତରେ ଥିବା କୋଷ୍ଟଗାର୍ଡ ଜାହାଜରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ସମୟରେ ଜାହାଜରେ ମୋଟ ୨୯ ଜଣ ରହିଥିଲେ । ଏହି ଜାହାଜରୁ ୨୮ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି । ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବିଶାଖାପାଟଣା ବନ୍ଦର ନିକଟରେ ଜାଗୁଆର୍ରେ ହଠାତ୍ ନିଆଁ ଲାଗି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ନିଆଁ ବ୍ୟାପିବାରେ ଲାଗିଥିଲା । ଶେଷରେ ଜାହାଜରେ ଥିବା କର୍ମଚାରୀମାନେ ନିଜକୁ ବଞ୍ଚାଇବାକୁ ଯାଇ ପାଣିକୁ ଡେଇଁ ପଡ଼ିଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଅନ୍ୟ ଏକ ବୋଟ୍ରେ କୋଷ୍ଟଗାର୍ଡ ପହଁଚିଥିଲେ । ପାଣିରେ ବୁଡ଼ିଥିବା ୨୮ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଜଣେ ଏବେବି ନିଖୋଜ ଅଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।

050429-N-7130B-188
San Diego, Calif. (April 29, 2005) Ð A U.S. Coast Guard patrol boat battles a simulated vessel fire in San Diego harbor during a training evolution. Maritime assistance is only one of ways the Coast Guard serves the American public. Under the Department of Homeland Security, the Coast Guard patrols American harbors, enforces maritime law, and protects AmericaÕs shoreline. U.S. Navy photo by Photographer's Mate 3rd Class Aaron Burden (RELEASED)